ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅଶାନ୍ତି, ବିଭିନ୍ନ ଦାବି ନେଇ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | December 19, 2022 IST

ବ୍ରହ୍ମପୁର, ୧୯/୧୨: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୁଇ ବର୍ଷ ହେଲା ବିଶ୍ବବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇନାହିଁ । ଛାତ୍ରଛାତ୍ରୀ ମାନଙ୍କୁ କ୍ୟାଲେଣ୍ଡର କି ମାଗାଜିନ୍ ଦିଆଯାଉ ନାହିଁ । ଛାତ୍ରାବାସ ଗୁଡିକ ଅବ୍ୟବସ୍ଥା ଘେରରେ ରହିଛି । ତାହାର ମରାମତି କରାଯାଇ ନାହିଁ । ୟୁରେଟ୍ ପରୀକ୍ଷା କରାଯାଇ ନାହିଁ । ଲାଇବ୍ରେରୀକୁ ଏ ପର୍ଯ୍ୟନ୍ତ ଡିଜିଟାଲାଇଜେସନ୍ କରାଯାଇନାହିଁ। କ୍ୟାଣ୍ଟିନରେ ମିଲସକୁ ସର୍ବନିମ୍ନ ମୂଲ୍ୟ ୫୦ ଟଙ୍କା ବଦଳରେ ୩୦ ଟଙ୍କା ରଖିବା ପ୍ରମୁଖ ଦାବି ନେଇ ଛାତ୍ରମାନେ ଆନ୍ଦୋଳନ କରିଛନ୍ତି । ଖୁବ୍ ଶୀଘ୍ର ସମାସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଛାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.