ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ କାନ୍ଦିଲେ ଛାତ୍ରଛାତ୍ରୀ, କହିଲେ ଆମ ସାର୍ ନଆସିଲେ ଆମେ ଆସିବୁନି

Published By : Prameya-News7 Bureau | September 01, 2022 IST

ପାପଡାହାଣ୍ଡି ୦୧/୦୯: ଭେଁ ଭେଁ ହୋଇ କାନ୍ଦୁଛନ୍ତି ଛାତ୍ରଛାତ୍ରୀ । ତେବେ ଏହି ଛାତ୍ରଛାତ୍ରୀ ମାଡ ଖାଇ କାନ୍ଦୁନାହାଁନ୍ତି । ବରଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଦଳି ଦାବିରେ କାନ୍ଦୁଛନ୍ତି । ସାର୍‌ଙ୍କୁ ଫେରାଇ ଆଣିବା ଦାବିରେ ଅଡିବସିଛନ୍ତି ଛାତ୍ରଛାତ୍ରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଞ୍ଚାୟତ ଅନ୍ତର୍ଗତ ଖର୍କୀ ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟରେ ।

ଛାତ୍ରଛାତ୍ରୀଙ୍କ ଦାବି ସାର ଆମର ବହୁତ ଭଲ । ଖାଇବା ପିଇବାଠୁ ଆରମ୍ଭ କରି ପାଠ ପଢ଼ାଇବା ସହ ସ୍ୱାସ୍ଥ୍ୟ ଅବସ୍ଥା ବି ଠିକ ଭାବେ ଦେଖୁଥିଲେ । ଆମ ସାର୍ ଆସିବା ଦିନଠୁଁ ଆମ ବିଦ୍ୟାଳୟ ସମ୍ପୁର୍ଣ୍ଣ ଭାବେ ବଦଳି ଯାଇଛି । ଆମ ସାର୍‌ଙ୍କୁ କାହିଁକି ବଦଳି କରାଯାଇଛି । ଆମକୁ ଆମ ନାଗ ସାର ହିଁ ଦରକାର ନ ହେଲେ ଆମେ ସମସ୍ତେ ବିଦ୍ୟାଳୟ ଆସିବୁ ନାହିଁ ଏଭଳି କହି କହି କାନ୍ଦୁଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ।

wp:html /wp:html

ସୂଚନା ମୁତାବକ ବିଦ୍ୟାଳୟରେ ଗତ ୪ ବର୍ଷରୁ ଅଧିକ ସମୟ ହେଲା ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ଆସୁଥିଲେ । ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ଫ୍ରାନସିସ ନାଗ୍ । ସେ ବିଦ୍ୟାଳୟର ସମସ୍ତ ପ୍ରକାର ସୁବିଧା କରିଥିଲେ । ପାଠ,ସ୍ୱାସ୍ଥ୍ୟ ଅବସ୍ଥା, ଖାଇବା ଏଭଳି କାର୍ଯ୍ୟ ଠିକ ଭାବେ ତୁଲାଇଥିବା ହେତୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଝୁରି ଝୁରି କାନ୍ଦୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଗ୍ରାମବାସୀ ଓ ଅଭିଭାବକ ମାନେ ବି ପ୍ରଧାନଶିକ୍ଷକଙ୍କୁ ପୁନର୍ବାର ଏହି ବିଦ୍ୟାଳୟକୁ ଅଣାଯାଉ ବୋଲି ପ୍ରଶାସନ ପାଖରେ ଦାବି କରିଛନ୍ତି । ଯଦି ନାଗ୍ ସାରଙ୍କୁ ପୁନର୍ବାର ଏହି ବିଦ୍ୟାଳୟରେ ଅଣା ନଯାଏ ତେବେ ଆଗାମୀ ଦିନରେ ବିଦ୍ୟାଳୟ ଆସିବାକୁ ରୋକ ଠୋକ ମନା କରିଛନ୍ତି ଉକ୍ତ ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନେ । ଏଥିରେ ବିଦ୍ୟାଳୟ କମିଟି ମଧ୍ୟ ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ବଦଳି ପ୍ରତ୍ୟାହାର କରିବାକୁ ପ୍ରଶାସନକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.