ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | September 30, 2022 IST

ଯାଜପୁର ୩୦/୦୯: ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ରାଜରାସ୍ତାରେ ବିକ୍ଷୋଭ । ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ନନ୍ଦୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନଜର ଆସିଛି ଏପରି ଘଟଣା ।

wp:html /wp:html

ଦୁଇ ଦିନ ହେବ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକଙ୍କୁ ବଦଳି ନ କରାଯାଉ ବୋଲି ରାସ୍ତାରେ ଧାରଣା ଦେଇ ବସିରହିଛି । ଆଜି ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ରାସ୍ତା ଉପରକୁ ଆସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଶେଷରେ ରାସ୍ତା ଉପରେ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପାଠ ପଢାଇଲେ ଶିକ୍ଷକ ଶିକ୍ଷୟିତ୍ରୀ । କିଭଳି ରାସ୍ତା ଉପରେ ପିଲାମାନେ ବହି ଧରି ପାଠ ପଡୁଛନ୍ତି ଏବଂ ଶିକ୍ଷକ ମାନେ ପଢ଼ାଉଛନ୍ତି । ସେ ଦୃଶ୍ୟ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.