ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଭେନ୍ସାରେ ବୁଲିଲା ଖଟ, ଭଙ୍ଗା ଟେବୁଲ ଚୌକି ଶୋଭାଯାତ୍ରା:ହକ୍ ପାଇଁ ନିଆରା ଢଙ୍ଗରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

12/11/2022 at 3:30 PM

କଟକ ୧୨/୧୧: ଚୋର ଧରିବାକୁ ଖଟ ବୁଲୁଥିବା ଆପଣ ଶୁଣିଥିବେ । ହେଲେ ନିଜର ହକ୍ ପୂରଣ ପାଇଁ କେବେ ଖଟ ବୁଲୁଥିବା ଆପଣ କେବେ ଶୁଣିନଥିବେ ବା ଦେଖିନଥିବେ । ଯଦି ନଜାଣିଛନ୍ତି ତେବେ ଜାଣନ୍ତୁ । ଛାତ୍ରମାନେ ନିଜର ଦାବି ପୂରଣ ପାଇଁ ଏମିତି କିଛି କରିଛନ୍ତି ।

ନିଜର ହକ୍ ପାଇଁ ବୁଲାଇଛନ୍ତି ଖଟ । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ବିଶ୍ୱ ବିଦ୍ୟାଳୟରେ ବୁଲିଲା ଖଟ । ଭିନ୍ନ ଢଙ୍ଗରେ ନିଜର ଦାବି ଉପସ୍ଥାପନା କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରାବାସର ଛାତ୍ରମାନେ । ହଷ୍ଟେଲର ଭଙ୍ଗା ଖଟ, ଟେବୁଲ ଓ ଚେୟାର ଧରି କ୍ୟାମ୍ପସରେ ବୁଲିବା ସହ ଭିସି ଅଫିସ ନିକଟରେ ରଖି ଧାରଣାରେ ବସିଛନ୍ତି ।

ଦୀର୍ଘ ବର୍ଷରୁ ହଷ୍ଟେଲର ଭଲ ଖଟ ନାହିଁ କି ଟେବୁଲ, ଚେୟାର ବି ନାହିଁ । ବାରମ୍ବାର ଏନେଇ ଅଭିଯୋଗ କରିଥିଲେ ବି କେହି ଶୁଣୁନାହାନ୍ତି । ଏମିତିକି ବର୍ଷାଦିନେ ହଷ୍ଟେଲରେ ପାଣି ପଶୁଛି, ହଷ୍ଟେଲରେ ପିଇବା ପାଣି ସମସ୍ୟା ମଧ୍ୟ ଲାଗି ରହିଛି । କର୍ତ୍ତୃପକ୍ଷ ନଶୁଣିବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରମାନେ । ଏନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା କିନ୍ତୁ ମିଳିପାରିନାହିଁ ।

   Related Posts