ସ୍କୁଲରେ ଚାଞ୍ଚଲ୍ୟ... ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ୧୦୮ ଥର ଭୁଶିଦେଲେ ଜ୍ୟୋମେଟ୍ରି କମ୍ପାସ

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ: ସ୍କୁଲରେ ଚାଞ୍ଚଲ୍ୟ... ତିନି ସହପାଠୀଙ୍କ ଆକ୍ରମଣରେ ଆହତ ହେଲେ ଚତୁର୍ଥ ଶ୍ରେଣୀରେ ଛାତ୍ର... ଥରେ କି ଦୁଇ ଥର ନୁହେଁ ଜ୍ୟୋମେଟ୍ରି କମ୍ପାସ୍‌ରେ ୧୦୮ ଥର ଭୁଶିଦେଲେ ସହପାଠୀଙ୍କୁ... ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟ ପଦେଶ ଇନ୍ଦୋରର ଏକ ବେସରକାରୀ ବିଦ୍ୟାଳୟରେ।

ସୂଚନା ଅନୁଯାୟୀ, ନଭେମ୍ବର ୨୪ରେ ଘଟିଛି ଏହି ଘଟଣା । ସ୍କୁଲର ଚତୁର୍ଥ ଶ୍ରେଣୀର ଏହି ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ମାରପିଟ୍‌ ମଧ୍ୟ ହୋଇଥିଲା। ଆଉ ଏଭଳି ସ୍ଥିତି ହୋଇଥିଲା ଯେ, ତିନି ଛାତ୍ର ମିଶି ଅନ୍ୟ ଜଣେ ଛାତ୍ରଙ୍କୁ ୧୦୮ ଥର ଜ୍ୟୋମେଟ୍ରି କମ୍ପାସରେ ଭୁଶି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଘର ସଫା କରିବାକୁ କହିବା ପଡିଲା ମହଙ୍ଗା, ରାଗରେ ସ୍ଵାମୀ କାନ କାମୁଡି ଛିଡାଇ ଦେଲା ପତ୍ନୀ

ପରେ ସ୍କୁଲରୁ ଘରକୁ ଭୟଭୀତ ଅବସ୍ଥାରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ଛାତ୍ର। ଏହା ପରେ ଛାତ୍ରଙ୍କ ଅଭିଭାବକ ଏରୋଡ୍ରମ ଥାନା ପୋଲିସରେ ଏତଲା ଦେଇଥିଲେ। ଛାତ୍ରଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସ୍କୁଲ ତରଫରୁ କୌଣସି ସହଯୋଗ କରାଯାଇନାହିଁ ଏବଂ ସିସିଟିଭି ଭିଡିଓ ମଧ୍ୟ ଦେଉନଥିବା କହିଛନ୍ତି ଛାତ୍ରଙ୍କ ବାପା।

ସେପଟେ ଘଟଣାର ଶିଶୁ ବିକାଶ ସମିତି (ସିଡବ୍ଲୁସି)କୁ ତଦନ୍ତ ରିପୋର୍ଟ ମାଗିଛନ୍ତି। ସିଡବ୍ଲୁସି ଅଧ୍ୟକ୍ଷା ପଲ୍ଲବୀ କହିଛନ୍ତି ଛାତ୍ରଙ୍କୁ ୧୦୮ ଥର ଏକ ଜ୍ୟୋମେଟି କମ୍ପାସ​‌ରେ ଆକ୍ରମଣ ହୋଇଛି। ସେ ଆହୁରି କହିଛନ୍ତି ଏହି ଛାତ୍ର ଏବଂ ତାଙ୍କ ପରିବାରଙ୍କ ସହ କଥା ହୋଇଛନ୍ତି । ଏଭଳି ଘଟଣା ସେମାନେ କିଭଳି ଭାବରେ ଘଟାଇଲେ। ସେମାନେ କୌଣସି ହିଂସାତ୍ମକ ଗେମ୍‌ ପ୍ରଭାବରେ ଏଭଳି କରିଛନ୍ତି କି ? ସେନେଇ ସେମାନଙ୍କ ସହ କାଉନସେଲିଂ କରାଯିବ ବୋଲି କହିଛନ୍ତି ପୋଡଓ୍ବାଲ।

ଆହୁରି ପଢ଼ନ୍ତୁ: 26/11 Mumbai Attack : ଆତଙ୍କୀ କସାବ ବିରୋଧରେ ଦେଇଥିଲେ ସାକ୍ଷୀ, ଏବେ ମିଳୁନି ଘର କିମ୍ବା ଚାକିରି

ଘଟଣାକୁ ନେଇ ଆସିଷ୍ଟାଣ୍ଟ ପୋଲିସ୍‌ କମିସନର ବିବେକ ସିଂହ ଚୌହାନ କହିଛନ୍ତି ଆହତଙ୍କ ଡାକ୍ତରୀ ପରୀକ୍ଷା ପରେ ମାମଲା ରୁଜୁ ହୋଇଛି। ସମସ୍ତ ଶିଶୁ ୧୦ ବର୍ଷରୁ କମ୍। ତେଣୁ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.