ନିୟମକୁ ପ୍ରଧାନ ଶିକ୍ଷକଙ୍କ ଵେଖାତିର, ଛାତ୍ର ଛାତ୍ରୀଙ୍କ ହାତରେ କାଗଜ କଲମ ବଦଳରେ ଧରେଇ ଦେଉଛନ୍ତି ଝାଡୁ
18/01/2023 at 11:04 AM

ଚାନ୍ଦବାଲି ୧୮/୦୧: ଶିକ୍ଷାନୁଷ୍ଠାନ ପାଲଟିଛି ଶିଶୁ ଶ୍ରମିକ ଅନୁଷ୍ଠାନ । ପିଲାଙ୍କୁ ଲଗେଇ ଅଳିଆ ସଫା କରୁଛନ୍ତି ପ୍ରଧାନ ଶିକ୍ଷକ । କୁନି କୁନି ପିଲାଙ୍କୁ ପାଠ ପଢା ସମୟରେ ହାତରେ ଧରିଛନ୍ତି ଝାଡୁ ପହଁରା ।
ଏମିତି ଏକ ଅଭାବନୀୟ ଦୃଶ୍ୟଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ବ୍ଲକ ଶୀତଳ ପୁର ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବଦଳରେ ବାହାର କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି ।
ଏଥି ସହିତ ଦିନ ଗୋଟେରେ ମନ ଇଚ୍ଛା ବିଦ୍ୟାଳୟକୁ ବନ୍ଦ କରି ପଳେଇଯାଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ତେବେ ଏ ସମ୍ପର୍କରେ ବିଭାଗୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜଣାଇବା ପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
Related Posts
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023