ମାମୁଁ ଘରକୁ ବୁଲିବାକୁ ଆସିଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

Published By : Prameya-News7 Bureau | May 26, 2023 IST

ଜି. ଉଦୟଗିରି ୨୬।୫: ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବୀନୟ ଘଟଣା ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମର ବିନୋଦ ପ୍ରଧାନଙ୍କ ୮ ବର୍ଷର ପୁଅ ଶୁଭଜିତ ପ୍ରଧାନଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଶୁଭଜିତ ପ୍ରଧାନ ସିର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ । ସେ ଖରା ଛୁଟିରେ ମାମୁଁ ଘରକୁ ବୁଲି ଯାଇଥିଲେ । ସେ ଶୁକ୍ରବାର ସକାଳୁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ ସେ ସେଠାରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରି କ.ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଆଣିବା ପରେ କ.ନୂଆଗାଁ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.