ଡଙ୍ଗା ଭସାଇବାକୁ ଯାଇ ନଦୀରେ ବୁଡି ଛାତ୍ର ନିଖୋଜ, ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | November 19, 2021 IST

ଭୁବନ ୧୯।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ନବମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋଶନ ନାୟକ ୧୪ ବର୍ଷ ବ୍ରାହ୍ମଣୀ ନଦୀରେ ବୁଡ ଦେବା ବେଳେ ଭାସି ନିଖୋଜ ।

{"id":546204,"width":755,"height":340,"sizeSlug":"full","linkDestination":"none"}

ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନଦୀରେ ବୁଡି ଛାତ୍ର ନିଖୋଜ ଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରୋଶନ ନାୟକ ବିଦ୍ୟାଧର ନାୟକଙ୍କର ଏକମାତ୍ର ପୁଅ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.