ପାଠପଢା ପାଇଁ ବାଜିରେ ଲାଗିଛି କୁନି ଜୀବନ, ବିପଦ ସଂକୁଳ ଭାବେ ନଦୀ ପାର୍ ହେଲେ ଛାତ୍ର ଛାତ୍ରୀ
26/07/2023 at 12:43 PM

ମୋହନା ୨୬/୦୭: ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ର ଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗାଆମ୍ବ ଗାଁରେ । ବ୍ଲକ କାର୍ଯ୍ୟାଳୟ ଠାରୁ ୪ କିଲୋମିଟର ଦୂରରେ ଥିବା ଡେଙ୍ଗା ଆମ୍ବ ଗାଁ ନିକଟରେ ଗୋଟିଏ ବଡ଼ ନଦୀ ରହିଛି ।

ନଦୀ ଆରପଟେ ରହିଛି ଡେଙ୍ଗାଆମ୍ବ, କୁଇହୁରୁ ଗାଁ । ପ୍ରତିବର୍ଷ ବର୍ଷା ଦିନେ ଏହି ନଦୀରେ ପାଣି ବଢିଲେ ବହୁ ଅସୁବିଧାରେ ଯାତାୟତ କରୁଛନ୍ତି ଗାଁ ଲୋକେ ଓ ଛାତ୍ର ଛାତ୍ରୀ । ପାଣି ବଢିଲେ ପିଲାଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଏ । ଏହି ନଦୀ ଉପରେ ପୋଲୋ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି ଗାଁ ଲୋକେ ।
you can also read…