ପାସ୍ କରିନାହାଁନ୍ତି IIT କି’ IIM, ହେଲେ ୧.୨୫ କୋଟି ପ୍ୟାକେଜ୍ରେ କରୁଛନ୍ତି ଚାକିରି
26/07/2023 at 7:02 PM

ନୂଆଦିଲ୍ଲୀ, ୨୬/୦୭: ଆଇଆଇଟି, ଆଇଆଇଏମ, ଏନଆଇଟିରେ ପଢ଼ିବା ଅନେକଙ୍କ ଛାତ୍ରଙ୍କ ସ୍ବପ୍ନ। ଏଠାରୁ ପାଠ ପଢ଼ି ପ୍ରତିଷ୍ଠିିତ ଏବଂ ବଡ଼ ବଡ଼ କମ୍ପାନିରେ ଉଚ୍ଚପଦରେ ନିୟୋଜିତ ଅଛନ୍ତି ଅନେକ ଭାରତୀୟ। ଏହି ଆଇଆଇଟି, ଆଇଆଇଏମ ଏବଂ ଏନଆଇଟି ସେମାନଙ୍କର ପ୍ଲେସମେଣ୍ଟ୍ ପାଇଁ ମଧ୍ୟ ଖୁବ୍ ପ୍ରସିଦ୍ଧ। ତେବେ ବର୍ତ୍ତମାନ ଏଭଳି ଜଣେ ଯୁବକଙ୍କ କଥା ସାମ୍ନାକୁ ଆସିଛି। ଯିଏକି ଆମାଜନ୍ରେ ଏକ ବଡ଼ ପଦରେ ପ୍ରାୟ ୧.୨୫ କୋଟିର ପ୍ୟାକେଜ୍ରେ ଆମାଜନରେ ଚାକିରି ପାଇଛନ୍ତି। ବଡ଼ କଥା ହେଉଛି ସେ ଆଇଆଇଟି, ଆଇଆଇଏମ କିମ୍ବା ଏନଆଇଟି ଡିଗ୍ରୀରେ ପାସ୍ କରିନାହାଁନ୍ତି। ବରଂ ନିଜ ପ୍ରତିଭା ବଳରେ ଏହି ପଦବୀ ହାସଲ କରିଛନ୍ତି।
ନାସିକ୍ର ଅନୁରାଗ ମାକାଡେ ଆଇଆଇଏମ ଆଲାହାବାଦର ଜଣେ ଅଧ୍ୟୟନ କରୁଥିବା ଜଣେ ବିଟେକ୍ ଛାତ୍ର। କିନ୍ତୁ ନିଜ ପ୍ରତିଭା ବଳରେ ସେ ଆଜି ଆମାଜନରେ ଫ୍ରଣ୍ଟଏଣ୍ଡ୍ ଇଞ୍ଜିନିୟର ଭଳି ଉଚ୍ଚପଦରେ ନିୟୋଜିତ ହୋଇପାରିଛନ୍ତି। ସେ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଫଳରେ ଏହି ସମ୍ମାନଜନକ ପୋଷ୍ଟ ପାଇଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କୁ ଏହି ପଦ ପାଇଁ ନିଯୁକ୍ତ କରାଯାଇଥିଲା। ତାଙ୍କର ଏହି ସଫଳତାକୁ ସେ ଲିଙ୍କ୍ଇନ୍ରେ ସେୟାର କରିଛନ୍ତି। ସେ ଲିଙ୍କ୍ଇନ୍ରେ କହିଛନ୍ତି ଯେ, ‘‘ଆମାଜନ୍ରେ ଫ୍ରଣ୍ଟଏଣ୍ଡ୍ ଇଞ୍ଜିନିୟର ଭାବରେ ଯୋଗଦେବା ତାଙ୍କ ପାଇଁ ବେଶ୍ ଉତ୍ସାହଜନକ।’’
ଆହୁରି ପଢ଼ନ୍ତୁ: ନା IIT ନା IIM ଡିଗ୍ରୀ, ବିନା ଡିଗ୍ରୀରେ ଦିନକୁ ରୋଜଗାର ୩୬ ଲକ୍ଷ
ତେବେ ଆମାଜନରେ କାମ କରିବା ପୂର୍ବରୁ ଅନୁରାଗ ବାଙ୍ଗାଲୋରରେ କ୍ୟୋର ଫିଟ୍ ସଫ୍ଟଓୟାର ଇଞ୍ଜିନିୟର ଭାବରେ କାମ କରିଛନ୍ତି। ଗୁରୁଗ୍ରାମରେ ଆମେରିକାନ ଏକ୍ସପ୍ରେସ୍ର ଆନାଲିଷ୍ଟ ଭାବରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। ବର୍ତ୍ତମାନ ଅନୁରାଗ ଆୟରଲାଣ୍ଡର ଡବଲିନ୍ରେ ଥିବା ଆମାଜନ ଅଫିସ୍ରେ ନିୟୋଜିତ ଅଛନ୍ତି। ତେବେ ଅନୁରାଗଙ୍କ ଏହି ନିଯୁକ୍ତି ଏହା ପ୍ରମାଣିତ କରୁଛି ଯେ, ପ୍ରତିଭାକୁ ସବୁବେଳେ ସୁଯୋଗ ମିଳିଥାଏ। ସେ କ’ଣ ପଢ଼ିଛନ୍ତି ତାହା ଜରୁରୀ ନୁହେଁ।
ତେବେ ଆଇଆଇଟି ଆଲାହାବାଦର ପ୍ଲେସମେଣ୍ଟ ସିଜିନରେ କେବଳ ଅନୁରାଗ ନୁହେଁ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କୁ ମଧ୍ୟ ବଡ଼ ନିଯୁକ୍ତି ମିଳିଛି। ପ୍ରଥମ ପ୍ରକାଶ ଗୁପ୍ତାଙ୍କୁ ଗୁଗଲରୁ ୧.୪ କୋଟିର ପ୍ୟାକେଜ୍ ମିଳିଛି। ପଲକ ମିତ୍ତଲଙ୍କୁ ଆମାଜନରୁ ୧ କୋଟିର ପ୍ୟାକେଜ। ଅଖିଲ ସିଂଙ୍କ ରୁବରିକରେ ୧.୨ କୋଟିରେ ପ୍ୟାକେଜ୍ର ଚାକିରି ମିଳିଛି।
ଆହୁରି ପଢ଼ନ୍ତୁ: ସ୍ୱଦେଶୀ ଜ୍ଞାନରେ IIT କାନପୁର ବିକଶିତ କଲା ‘ସୁଇସାଇଡ୍’ ଡ୍ରୋନ, ୬ କିଲୋ ବିସ୍ଫୋରକ ନେବାରେ ସକ୍ଷମ