ଆନନ୍ଦପୁର ୨୬।୨: ପରୀକ୍ଷା ଦେବା ସମୟରେ ହଲ୍ରେ ଛାତ୍ରୀ ବେହୋସ୍ । ଅସୁସ୍ଥ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ହାଟଡିହି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଏଭଳି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ହାଟଡିହି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଗଣିତ ପରୀକ୍ଷା ଚାଲିଥିବା ସମୟରେ ଜଣେ ଛାତ୍ରୀ ବେହୋସ୍ ହୋଇଯାଇଥିଲେ । ଅସୁସ୍ଥ ଛାତ୍ରୀ ବଞ୍ଚୋ ବରାହି ହାଇସ୍କୁଲର ବୋଲି ଜଣାପଡିଛି । ଛାତ୍ରୀଙ୍କୁ ଅଭିଭାବକଙ୍କ ସହାୟତାରେ ପ୍ରଥମେ ହାଟଡିହି ଡାକ୍ତରଖାନା ଓ ପରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପରୀକ୍ଷା ହଲରେ କବାଟ ଝରକା ବନ୍ଦ ରଖାଯାଇଥିବାରୁ ଅଣନିଶ୍ବାସୀ ହୋଇ ଛାତ୍ରୀଙ୍କ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏନେଇ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ । ସେପଟେ ଛାତ୍ରୀ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସୁଧାର ଆସୁଥିବା ବେଳେ ଆଜିର ପରୀକ୍ଷାକୁ ନେଇ ଚିନ୍ତାରେ ଅଭିଭାବକ ।
You Can Read :
wp:embed {"url":"https://www.prameyanews7.com/5t-chairman-v-k-pandian-visits-sambalpur-district/","type":"wp-embed","providerNameSlug":"prameya-news-7"}