ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଆଦିବାସୀ କଲ୍ୟାଣ ବିଦ୍ୟାଳୟରୁ ନିଖୋଜ ଥିଲେ ଛାତ୍ର; ସ୍କୁଲ ପାଖ କାଜୁବାଡ଼ିରୁ ମିଳିଲା ମୃତଦେହ

9/11/2022 at 4:31 PM

ନବରଙ୍ଗପୁର ୦୯/୧୧: ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ବୁଧବାର ସ୍କୁଲ ପାଖରେ ଥିବା କାଜୁବାଡ଼ିରୁ ନିଖୋଜ ଛାତ୍ରର ଝୁଲନ୍ତା ମୃତଦେହ ଡାବୁଗାଁ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ପରିଚୟ ଶଙ୍କର ହରିଜନ। ଡାବୁଗାଁ ଥାନା ମାନିଗାଁ ଆଦିବାସୀ କଲ୍ୟାଣ ବିଭାଗ ସରକାରୀ ଉଚ୍ଚ ବିଦ୍ୟାଳୟର ସେ ୧୦ମ ଶ୍ରେଣୀ ଛାତ୍ର ଥିଲା।

ଖବର ଅନୁସାରେ, ମାନିଗାଁ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଅନ୍ତେବାସୀ ଛାତ୍ର ଶଙ୍କର ହରିଜନ ବିଦ୍ୟାଳୟରୁ ଗତ ଦୁଇଦିନ ଧରି ନିଖୋଜଥିଲା। ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଥିଲା। ଛାତ୍ର ପରିବାର ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଖୋଜ ପାଇଁ ଦାୟୀକରି ଅନ୍ୟ  ଏକ ଏତେଲା ଦିଆଯାଇଥିଲା। ଆଜି ସକାଳୁ ବିଦ୍ୟାଳୟ ପାଖରେ କାଜୁବାଡ଼ିରୁ ନିଖୋଜ ଛାତ୍ରର ମୃତଦେହ ମିଳିବାପରେ,ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ପହଞ୍ଚିଲେ ଶବ ଉଦ୍ଧାର କରିବା ନେଇ ସୂଚନା ମିଳିଛି। ମରଶରୀରକୁ ଦେଖି  ମୃତ ଛାତ୍ରର ପରିବାର ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଗିରଫ ଦାବୀ କରି ସ୍କୁଲ ସାମନା ମାନିଗାଁ ଓ ମୈଦଲପୁର ପରିବାର ଲୋକ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି।

   Related Posts