ବିଦ୍ୟାଳୟ ବାର୍ଷିକ କ୍ରୀଡାରେ ଅଘଟଣ, ଛାତ୍ରଙ୍କ ତଣ୍ଟିରେ ପଶିଗଲା ଜାଭେଲିନ୍

Published By : Prameya-News7 Bureau | December 17, 2022 IST

ବଲାଙ୍ଗୀର ୧୭/୧୨: ବିଦ୍ୟାଳୟ ବାର୍ଷିକ କ୍ରିଡା ସମୟରେ ଅଘଟଣ । ଖେଳ ଚାଲୁଥିବାବେଳେ ତଣ୍ଟିରେ ପଶିଗଲା ଜାଭେଲିନ୍ । ଫଳରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହତ ଛାତ୍ର ଜଣଙ୍କ ହେଉଛନ୍ତି ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର । ଛାତ୍ରଟିର ଏପରି ଅବସ୍ଥା ପରେ ସଭିଏଁ ଆତଙ୍କିତ ହୋଇପଡିଛନ୍ତି । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଘଟଣା ।

ସୂଚନା ଥାଉକି, ବଲାଙ୍ଗୀର ଆଗଲପୁର ଗ୍ରାମର ବିଦ୍ୟାଳୟର ଚାଲିଥିଲା ବାର୍ଷିକ କ୍ରୀଡା ଉତ୍ସବ । ତେବେ ଖେଳ ସମୟରେ ଜାଭେଲିନର ଇଭେଣ୍ଟ ଚାଲିଥିଲା । ଏହି ସମୟରେ ସଦାନନ୍ଦ ମେହେରଙ୍କ ମୁହଁ ତଳେ ଆସି ପଶିଯାଇଥିଲା ଏହି ଜାଭେଲିନ । ସଂଗେ ସଂଗେ ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ର ହୋଇ ସଦାନନ୍ଦଙ୍କୁ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.