ଭୂତର ଧମକ : ‘ମୁଁ ପାଠ ପଢିପାରିଲିନାହିଁ କି ପରୀକ୍ଷା ଦେଇପାରିଲିନାହିଁ ତୁମକୁ ମଧ୍ୟ ପଢିବାକୁ ଦେବିନାହିଁ’… ପଢନ୍ତୁ ପୂରା ଘଟଣା

Published By : Prameya-News7 Bureau | October 23, 2019 IST

ବ୍ରହ୍ମପୁର (ସୁରଜିତ୍ କୁମାର ପଣ୍ଡା) ୨୩।୧୦: ଭୂତ ନାଁ ଶୁଣିଲେ ସମସ୍ତଙ୍କ ମନରେ ସାଧାରଣତଃ ଭୟ ସୃଷ୍ଟି ହୋଇଥାଏ । ଭୂତ ପ୍ରକୃତରେ କ’ଣ ?  ସତରେ କଣ ଭୂତ ଅଛି କି ?  ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଭୟଭୀତ ହୋଇପଡିଛନ୍ତି ।

{"id":173750}

ଭୂତ ଅଛି କି ନାହିଁ କେହି ଜାଣନ୍ତି ନି । କିନ୍ତୁ ଭୂତକୁ ନେଇ ସମସ୍ତେ ବିଶ୍ବାସ କରନ୍ତି ।  ଗଂଜାମ ଜିଲ୍ଲା  ବୁଗୁଡା ବାଲିପଦର ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି  ଅଭାବନୀୟ ଘଟଣା। ପାଠପଢା ଚାଲିଥିବା ବେଳେ କିଛି ଛାତ୍ରୀଙ୍କୁ ଲାଗିଲା ଭୂତ । ଭୂତ ଭୟରେ ପାଠପଢା ଅଧାରୁ ବନ୍ଦ ହୋଇଗଲା । ଏହି ଭିଜୁଆଲ୍ କୁ ଟିକେ ଭଲଭାବେ ଦେଖନ୍ତୁ ।

wp:core-embed/youtube {"url":"https://www.youtube.com/watch?v=hFa9_SsNUlY","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=hFa9_SsNUlY
/wp:core-embed/youtube

ଦେଖନ୍ତୁ ଏହି ଭିଜୁଆଲକୁ । ଛାତ୍ରୀ ଜଣକୁ କୁଆଡେ ଭୂତ ଲାଗିଛି । କାହାକୁ ଜଣକୁ ନେବାକୁ ଆସିଛି ବୋଲି କହୁଛି । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରୀ ଜଣକୁ ଜାବୁଡି ଧରି ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛନ୍ତି । ସେପଟେ ଛାତ୍ରୀ ଜଣକୁ ଆସିଥିବା ଭୂତ ଉତ୍ତର ମଧ୍ଯ ଦେଉଛି । କହୁଛି ମୋତେ ମୋର ଗୁରୁ ପଠାଇଛି । ତେବେ ଗୁରୁ କିଏ, ଗୁରୁର ନାମ କଣ କହୁନାହିଁ । ଏପରିକି ମୋତେ କିଏ ମାରୁଛି ବୋଲି ଛାତ୍ରୀ ଜଣକ କହି କାନ୍ଦୁଥିବା ଦେଖିବାକୁ ମିଳିଛି ।ଏହି ଦୃଶ୍ୟ ଦେଖିଲା ବେଳକୁ ଦେହ ଶୀତେଇ ଯାଉଛି । ସତରେ କଣ ଭୂତ ଆସିଛି କି, ନା ଆଉ କଣ ?  କଣ ହୋଇଛି ଛାତ୍ରୀଙ୍କୁ  ?

{"id":173752}

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ୨୫ ତାରିଖରେ ସ୍କୁଲର ଜଣେ ଛାତ୍ରୀଙ୍କର ତାଙ୍କ ଘରେ ମୃତ୍ୟୁ ହୋଇଥିଲା । ତାଙ୍କୁ କେହି ତନ୍ତ୍ର କରି ମାରିଦେଇଥିବା କୁହାଯାଉଛି । ସେହିଦିନଠାରୁ ବିଭିନ୍ନ ସମୟରେ ସ୍କୁଲର ଛାତ୍ରୀମାନଙ୍କ ଦେହେ ଭୂତ ସବାର ହେଉଥିବା ଅଭିଯୋଗ ହୋଇଆସୁଛି । ଭୟ ଲାଗୁ ଥିବାରୁ ଠିକ୍ ରେ ସ୍କୁଲ ଆସୁ ନଥିବା ବେଳେ ପାଠ ପଢିବାରେ ମଧ୍ୟ ମନ ଲାଗୁ ନାହିଁ ବୋଲି ଛାତ୍ରୀମାନେ କହିଛନ୍ତି । ହାତରେ ଡେଉଁରିଆ, ତାବିଜ୍, ଠାକୁରଙ୍କ ଲକେଟ୍ ପରିଧାନ କରିବା ସହ ଝଡାଫୁଙ୍କା ମଧ୍ୟ କରାଯାଉଥିବା ଛାତ୍ରୀମାନେ କହିଛନ୍ତି ।

{"id":173753}

ସ୍କୁଲ ହେଉ କି ଟ୍ୟୁସନ ଯେଉଁଠିକୁ ଗଲେ ଭୂତ ସବାର ହେଉଛି ବୋଲି ଅଭିଯୋଗ ହେଉଛି । ପଛରେ ଗୋଡାଉଛି ଭୂତ ।ମୁଁ ପାଠ ପଢି ପାରିଲି ନାହିଁ,  ପରୀକ୍ଷା ଦେଇପାରିଲି ନାହିଁ । ତୁମକୁ ମଧ୍ୟ ପଢାଇ ଦେବିନାହିଁ କି ପରୀକ୍ଷା ଦେବାକୁ ସୁଯୋଗ ଦେବି ନାହିଁ ବୋଲି କହୁଛି ଭୂତ । ଛାତ୍ରୀମାନଙ୍କୁ ଭୂତ ଲାଗି ପ୍ରେତଆତ୍ମା କହୁଥିବା ଅଭିଯୋଗ କରିଛନ୍ତି । ଘରେ ରହିବାକୁ ଭୟ ଲାଗୁଛି । ଗୁଣିଆ ନିକଟକୁ ନେଇ ଖର୍ଚ୍ଚାନ୍ତ କରି ଝଡାଫୁଙ୍କା କରିଛୁ । ହେଲେ କିଛି ସୁଫଳ ମିଳିନଥିବା କହିଛନ୍ତି ଛାତ୍ରୀମାନଙ୍କ ଅଭିଭାବକ । ସେପଟେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ନାଚାର । ବିଭିନ୍ନ ସମୟରେ ପରୀକ୍ଷା ବେଳେ ଛାତ୍ରୀମାନଙ୍କ ଶରୀରକୁ ଭୂତ ଆସି ହଇରାଣ ହରକତ କରୁଥିବା କହିଛନ୍ତି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲ କାନ୍ଥରେ ଲୁହା କଣ୍ଟା ମାରି ପୂଜାର୍ଚ୍ଚନା ମଧ୍ୟ କରାଯାଇଛି । ତଥାପି କୌଣସି ପରିବର୍ତ୍ତନ ଆସିନାହିଁ । ଗତ ୨୧ ଏବଂ ୨୨ ତାରିଖରେ ଛାତ୍ରୀଙ୍କ ଶରୀରକୁ ଭୂତ ଆସି ୭ଜଣ ଝିଅ ଓ ଜଣେ ପୁଅକୁ ନେବି ବୋଲି କହୁଛି ।

{"id":173755}

ଭୂତ ଅଛି କି ନାହିଁ ଜଣାନାହିଁ । କିନ୍ତୁ କିଛିଟା ଭୌତିକ ଶକ୍ତି ଅଛି । ଏହାର ନିରାକରଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ସେପଟେ କୌଣସି ଛାତ୍ରୀଙ୍କଠାରେ ଅସ୍ବାଭାବିକ ସ୍ଥିତି ଦେଖିବାକୁ ମିଳିଲେ ଡାକ୍ତରଖାନାକୁ ନେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖକୁ ନେବାକୁ ପରାମର୍ଶ ଦେଇଥିବା ବିଇଓ କହିଛନ୍ତି ।

ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.