Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବିଜେବି କଲେଜ ହଷ୍ଟେଲରୁ ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

2/07/2022 at 2:27 PM

ଭୁବନେଶ୍ବର ୨।୭: ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲ ରୁମ୍‌ରେ ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । କଲେଜର କାରୁବାକି ଛାତ୍ରୀ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବିଜେବି କଲେଜ କାରୁବାକି ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍‌ରେ ପଡିଥିବା ବେଳେ ରୁମ୍‌ କବାଟ ଭିତର ପଟୁ ବନ୍ଦ ରହିଥିଲା । ଛାତ୍ରୀ ଜଣଙ୍କୁ ଡାକିବାରୁ ସେ କବାଟ ନ ଖୋଲିବାକୁ ହଷ୍ଟେଲ ଓ୍ବାର୍ଡେନ୍‌ ଏବଂ ସୁପରିଣ୍ଟେଣ୍ଡଣ୍ଟଙ୍କୁ ଖବର ଦିଆଯାଇଥିଲା । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚିବା ପରେ ଶାବଳ ସାହାଯ୍ୟରେ କବାଟ ତାଡି ମୃତଦେହ ଉଦ୍ଧାର କରାଯାଇଥିଲା ।

ମୃତ ଛାତ୍ରୀ ଜଣଙ୍କ କଟକର ରୁଚିକା ମହାନ୍ତି ବୋଲି ଜଣାପଡିଛି । ସେ ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ ଥିଲେ । ସେ ଡର୍ମେଟ୍ରି ହଲ୍‌ରେ ରହୁଥିଲେ । ଅନ୍ୟ ରୁମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହି ରୁମ୍‌ରେ ୩ ଜଣ ଛାତ୍ରୀ ରହୁଥିଲେ । ସେମାନଙ୍କ ସହ ରୁଚିକାଙ୍କ ଘନିଷ୍ଠ ସମ୍ପର୍କ ଥିଲା । ସେହି ରୁମ୍‌ରେ ସେ ଖାଇବା ପିଇବା, ପାଠପଢା ଆଦି କରୁଥିଲେ ।

ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କ’ଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

   Related Posts