scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଠ ପାଇଁ ସଂର୍ଘଷ, ଅଭିଭାବକଙ୍କ କାନ୍ଧରେ ବସି ଭରା ନଦୀ ପାର୍ ହେଉଛନ୍ତି ଛାତ୍ରଛାତ୍ରୀ

8/08/2022 at 3:04 PM

ତୋଲକୋଇ ୦୮/୦୮: ନଦୀ ସୁଅରେ ପାଠ ପଢା ପାଇଁ ସଂର୍ଘଷ କରୁଛନ୍ତି ଛୋଟପିଲା । ଅଭିଭାବକଙ୍କ କାନ୍ଧରେ ବସି ବିପଦଜନକ ଅବସ୍ଥାରେ ଭରା ନଦୀ ପାରହୋଇ ଯାଉଛନ୍ତି ସ୍କୁଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ। ତାଳପଦା ଗାଁ ସ୍କୁଲକୁ ୧୫ରୁ ଅଧିକ ପିଲା ତିନି କିଲୋମିଟର ଚାଲିଚାଲି ପଢିବାକୁ ଆସିଥାନ୍ତି ।

ତାଳପଦା ଗାଁ ମୁଣ୍ଡା ସାହିକୁ ଯାଇଥିବା ପାଥଚଲା ରାସ୍ତାରେ ସମାକୋଇ ନଦୀ ବାଟ ଓଗାଳି ରହିଛି । ବର୍ଷା ୪ମାସ ନଦୀରେ ପାଣି ଅଧିକ ରହୁଥିବା ରୁ ଯିବା ଆସିବାରେ ବହୁ ଅସୁବିଧା ସୃଷ୍ଟି ହୋଇଥାଏ । ଗୁରୁତର ରୋଗୀ ସହ ଗର୍ଭବତୀ ମହିଳା ମଧ୍ୟ ପ୍ରଭାବିତ ହୋଇଥାନ୍ତି । ପିଲାଙ୍କ ପାଠ ପଢା କଥା ନ କହିବା ଭଲ । ନଦୀରେ ପାଣି ଆସିଲେ ବଢିଲେ ପାଠପଢା ବନ୍ଦ । ଅନ୍ୟ କୌଣସି ସୁବିଧା ନଥିବାରୁ ନଦୀରେ ଟିକେ ପାଣି କମିଗଲେ ଅଭିଭାବକ ମାନେ ନିଜପିଲାଙ୍କୁ କାନ୍ଧରେ ବୋହି ବିପଦଜନକ ଅବସ୍ଥାରେ ନଦୀ ପାର କରାଇଥାନ୍ତି ।

ବେଳେ ବେଳେ ପଥରରେ ଗୋଡ ଖସି ପିଲାମାନେ ପାଣିରେ ପଡି ଭାସି ଯିବାର ନଜିର ମଧ୍ୟ ରହିଛି । ପୁଣି ସ୍କୁଲରୁ ଫେରିବା ବେଳେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥାଏ । ସେହିଭଳି ଭାବେ ପିଲାଙ୍କୁ କାନ୍ଧରେ ବୋହି ଘରକୁ ନେଇଥାନ୍ତି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତ ହେବାକୁ ବସିଲାଣି ହେଲେ ତାଳପଦା ଗାଁ ମୁଣ୍ଡା ସାହିର ଲୋକେ ବିକାଶ କଣ ସେକଥା ଜାଣିନାହାନ୍ତି ।

   Related Posts