ପରୀକ୍ଷାରେ ଛାତ୍ର ଲେଖିଲେ ବାହାଘର ସଂଜ୍ଞା, ରାଗିଗଲେ ସାର୍,ଦେଲେ ଶୂନ, କହିଲେ ଏମିତି….
3/10/2023 at 10:35 AM

ନୂଆଦିଲ୍ଲୀ ୦୩/୧୦: ସୋସିଆଲ ମିଡିଆରେ ଘୁରିବୁଲୁଛି ଏମିତି ଗୋଟିଏ ଛାତ୍ରଙ୍କ କାରନାମା । ଯାହା ଦେଖିବା ପରେ ଶିକ୍ଷକ ବି ତାଜୁବ୍ । ଖାଲି ଶିକ୍ଷକ ତ ନୁହେଁ ଯିଏ ଦେଖୁଛି ସିଏ ହସି ହସି ଗଡିଯାଉଛି । ଜାଣିବା ପୂରା ଘଟଣା । ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବା ପରେ ନେଟିଜେନ୍ସ ବି ହସି ହସି ଗଡୁଛନ୍ତି ।
ପ୍ରଶ୍ନ ଥିଲା ବିବାହର ପରିଭାଷା କଣ? ଏହାକୁ ନିଜ ଅନ୍ଦାଜରେ ଲେଖିଥିଲେ ଛାତ୍ର ଜଣଙ୍କ । ତାଙ୍କ ଉତ୍ତର ଥିଲା ‘ ବିବାହ ସେତେବେଳେ ହୁଏ ଯେତେବେଳେ ଝିଅର ବାପା, ମା’ ଝିଅକୁ କୁହନ୍ତି ତୁ ଏବେ ବଡ ହୋଇଗଲୁଣି । ଆମେ ଆଉ ତୋତେ ରଖି ଖୁଆଇ ପାରିବୁନି । ଭଲ ହେବ ତୁ ଏବେ ଯାଇ ଏଭଳି ଜଣେ ବ୍ୟକ୍ତିକୁ ଖୋଜ ଯିଏ ତୋତେ ଖାଇବାକୁ ଦେଇପାରିବ । ଏହାପରେ ଝିଅ ଯାଇ ଜଣେ ଏଭଳି ପୁଅକୁ ଭେଟେ ଯାହାର ବାପା, ମା’ ତା’ର ବାହାଘର କରାଇବାକୁ ଚାହାଁନ୍ତି।
ସେପଟେ ଛାତ୍ରଙ୍କ ଉତ୍ତର ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ ଶିକ୍ଷକ । ଯେତିକି ହସିଥିଲେ ସେତିକି ବିରକ୍ତ ବି ହୋଇଥିଲେ । ଆଉ ଏମିତି ରାଗିଗଲେ ଯେ, ଫୁଲ୍ ମାର୍କରୁ ଦେଇଦେଲେ ଜିରୋ । ଖାଲି ଜିରୋ ଦେଲେନି ତ ନନସେନ୍ସ ଲେଖିଲେ କହିଲେ ମୋତେ ଆସି ଦେଖା କର । ଭାଇରାଲ ହୋଇଥିବା ପୋଷ୍ଟଟି କେଉଁଠିକାର ତାହା ଜଣାପଡିନି । କିନ୍ତୁ ଏହାକୁ ସେୟାର କରିଛନ୍ତି @srpdaa ଜଣେ ଟ୍ୱିଟର ୟୁଜର । ଯାହା ଜଣାପଡେ ଏହା ପୂର୍ବ ବର୍ଷର ଟ୍ୱିଟ ।
you can also read….