ପାରଳାଖେମୁଣ୍ଡି ଏସକେସିଜି କଲେଜରେ ନିର୍ବାଚନୀ ମାହୋଲ
6/10/2018 at 3:47 PM

ଗଜପତି ୬/୧୦ : ଛାତ୍ର ସଂସଦ ନିର୍ବାଚନ ପାଇଁ ସବୁ କଲେଜ କ୍ୟାମ୍ପସର ପରିବେଶ ଉସ୍ମ ହୋଇ ଉଠୁଥିବା ବେଳେ ପାରଳାଖେମୁଣ୍ଡି ଏସକେସିଜି କଲେଜରେ କିନ୍ତୁ ପରିବେଶ ଶାନ୍ତ ରହିଛି । ଏଠାରେ କେବଳ ସଭାପତି ପଦ ପାଇଁ ୨ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅନ୍ୟ ସବୁ ପଦବୀରେ ପ୍ରାର୍ଥୀ ନିର୍ଦ୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ତେବେ ସଭାପତି ପାଇଁ ମଇଦାନରେ ଥିବା ଉଭୟ ପ୍ରର୍ଥୀ ନିଜ ନିଜର ପ୍ରଚାର ଜାରୀ ରଖିଥିବା ବେଳେ ବିଜୟ ନେଇ ଆଶା ପ୍ରକାଶ କରିଛନ୍ତି ।
ଛାତ୍ର ସଂସଦ ନିର୍ବାଚନ ପାଇଁ ଓଡିଶାର ଅଧିକାଂଶ କଲେଜ କ୍ୟାମ୍ପସ ଉଗ୍ର ହୋଇ ଉଠିଛି । ଏପରିକି କିଛି କଲେଜରେ ସ୍ଥିତି ଅଣାୟତ୍ତ ହେବାରୁ ନିର୍ବାଚନକୁ ବାତିଲ କରିଦିଆଯାଇଛି । ତେବେ ଓଡିଶାର ଦ୍ବତୀୟ ପୁରାତନ ଏସକେସିଜି କଲେଜରେ ନିର୍ବାଚନୀ ମାହୋଲ ସଂପୁର୍ଣ୍ଣ ଶାନ୍ତ ରହିଛି । ଏଠାରେ ଆଗ ଭଳି ଆଉ ପିଲାଙ୍କ ମଧ୍ୟରେ ନିର୍ବାଚନ ପାଇଁ ଆଗ୍ରହ ନଥିବା ଭଳି ମନେ ହେଉଛି । ତେଣୁ ଅଧିକାଂଶ ପଦବୀରେ ପ୍ରାର୍ଥୀ ନିର୍ଦ୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ କେବଳ ସଭାପତି ପଦ ପାଇଁ ପ୍ରତିନ୍ଦନ୍ଦିତା ହେଉଛି । ସେଥିରେ ବି ମାତ୍ର ୨ ଜଣ ପ୍ରାର୍ଥୀ ଅବତିର୍ଣ୍ଣ ହୋଇଛନ୍ତି । ଉଭୟ ପ୍ରାର୍ଥୀ ନିଜ ନିଜର ପ୍ରଚାର କରିବା ସହ ବିଜୟୀ ନେଇ ବେଶ ଆଶାବାଦୀ ଅଛନ୍ତି । କଲେଜରେ ଲାଗି ରହିଥିବା ସମସ୍ୟା ସେମାନଙ୍କର ମୁଖ୍ୟ ନିର୍ବାଚନି ମୁଦ୍ଦା ହୋଇଛି ।