ଅକ୍ଟୋବର ଦ୍ବିତୀୟ ସପ୍ତାହରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ : ସଜବାଜ ଛାମୁଆ ସଂଗଠନ

Published By : Prameya-News7 Bureau | August 28, 2018 IST

ଭୁବନେଶ୍ୱର ୨୮|୮: ଛାତ୍ର ସଂସଦ ନିର୍ବାଚନ ପାଇଁ ପାଗ ଭିଡ଼ୁଛନ୍ତି ଛାମୁଆ ସଂଗଠନ । ଯଦିଓ ନିର୍ବାଚନ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ, ତେବେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । କିଛି କିଛି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖାଦେଲାଣି। କହିବାକୁ ଗଲେ ଛାତ୍ର ସଂସଦ ନିର୍ବାଚନକୁ ଆହୁରି ଦେଢ ମାସରୁ ଅଧିକ ସମୟ ଅଛି । ନିର୍ବାଚନକୁ ଅଖି ଆଗରେ ରଖି ରାଜ୍ୟର ୩ଟି ଛାମୁଆ ଛାତ୍ର ସଂଗଠନ ନିର୍ବାଚନ ପାଇଁ ପାଗ ଭିଡ଼ିଛନ୍ତି । ଏପରକି ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଦେଖାଦେଲାଣି । ଏହି ପ୍ରାକ୍ ପ୍ରସ୍ତୁତିରେ ଆଗରେ ରହିଛି ଛାତ୍ର ବିଜେଡ଼ି । ତେବେ ଛାତ୍ର ବିଜେଡିରେ ଅନ୍ତଃକନ୍ଦଳ ନେଇ ଯୋରସୋରରେ ଆଲୋଚନା ଚାଲିଛି । ତେବେ ଛାତ୍ର ବିଜେଡ଼ିର ଅନ୍ତଃକନ୍ଦଳକୁ ଛାତ୍ର ବିଜେଡ଼ି ସଭାପତି ଅସ୍ବୀକାର କରିଛନ୍ତି । ବର୍ଷ ତମାମ ସଂଗଠନର ଅଭ୍ୟନ୍ତରୀଣ କାର୍ଯ୍ୟ ଚାଲିଥିବାବେଳେ, ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ତାରିଖ ଘୋଷଣାକୁ ଅପେକ୍ଷା କରିଛି ଛାତ୍ର ବିଜେଡ଼ି, ଆଉ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନରେ ଅଧିକ ସଫଳତା ମଳିବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର । ଛାତ୍ର ସଂସଦ ନିର୍ବାଚନକୁ ନେଇ ଏଭିବିପି ଓ ଛାତ୍ର କଂଗ୍ରେସ ବି ଅଙ୍କା କଷିବା ଆରମ୍ଭ କରିଦେଇଛି । ବିଭିନ୍ନ ବିଶ୍ବବିଦ୍ୟାଳୟ, କଲେଜରେ ଖାଲିପଡ଼ିଥିବା ପ୍ରଫେସର ଅଧ୍ୟାପକ, କର୍ମଚାରୀ ଓ କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ମୁଦ୍ଦା କରିଛି । ସେପଟେ ଛାତ୍ର କଂଗ୍ରେସ ପୂର୍ବ ନିର୍ବାଚନର ବିଫଳତାକୁ ସମୀକ୍ଷା କରିବା ସହିତ ମଙ୍ଗୁଆଳ ଅପେକ୍ଷାରେ ରହିଛି । ଅନ୍ୟପକ୍ଷରେ ରାଜଧାନୀ ଉପରେ ଏବିଭିପିର ନଜର ରହିଥିବାବେଳେ, ଶିକ୍ଷା ବଞ୍ଚିଲେ ଓଡ଼ିଶା ବଞ୍ଚିବ ବୋଲି କହିଛନ୍ତି ଏବିଭିପି ସଙ୍ଗଠନ ସମ୍ପାଦକ ଅଭିଳାଷ ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.