ସୁଇମିଂ ପୁଲରେ ଅଘଟଣ, ପ୍ରଶିକ୍ଷଣ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ
10/09/2022 at 3:36 PM

କଟକ, ୧୦/୦୯: କଟକ କ୍ଳବର ସୁଇମିଂ ପୁଲରେ ଅଘଟଣ । କଟକ କ୍ଲଵ ସୁଇମିଂ ପୁଲରେ NCCର ନାଭାଲ ଉଇଙ୍ଗ ପକ୍ଷରୁ ସନ୍ତରଣ ଟ୍ରେନିଂ କ୍ୟାମ୍ପ ଚାଲିଥିବା ବେଳେ କଟକ ସିଟି କଲେଜର ଯୁକ୍ତ ୩ ପ୍ରଥମ ଵର୍ଷ ଛାତ୍ର ସ୍ବପ୍ନେଶ୍ବର ଦାସଙ୍କର ମୃତ୍ୟୁ ଘଟିଛି । ସନ୍ତରଣ ପାଇଁ ସ୍ବପ୍ନେଶ୍ବର ପୁଲରେ ପଶିଥିଲେ ଓ ହଠାତ ପୁଲରେ ହିଁ ସେ ଅସୁସ୍ଥ ହୋଇପଡିଥିଲେ । ସ୍ବପ୍ନେଶ୍ବରଙ୍କୁ କଟକ ସିଟି ହସ୍ପିଟାଲ ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିଵାର ଲୋକେ ସ୍ବପ୍ନେଶ୍ବରଙ୍କୁ ଡାକି ନେଇ ହତ୍ୟା କରାଯାଇଥିଵା ଅଭିଯୋଗ କରିଛନ୍ତି । ସ୍ବପ୍ନେଶ୍ବର ଅସୁସ୍ଥ ହୋଇପଡିଵା ପରେ ପ୍ରଶିକ୍ଷଣ ଦେଵାକୁ ଯାଇଥିବା ଅଧିକାରୀଙ୍କର କାର ସେଠାରେ ଥିଲେ ମଧ୍ୟ ତାଙ୍କୁ ସ୍କୁଟିରେ ମେଡିକାଲ ଅଣାଯାଇଥିଵା ନେଇ ପରିଵାର ଓ ସାଥିମାନେ ଅଭିଯୋଗ କରିଛନ୍ତି ।ସେପଟେ ମୃତ୍ୟୁର କାରଣ ଜାଣିବା ପାଇଁ ସ୍ବପ୍ନେଶ୍ବରଙ୍କ ମୃତଦେହକୁ କଟକ ଵଡ ମେଡିକାଲରେ ପୋଷ୍ଟମର୍ଟମ କରାଯାଇଛି । ପ୍ରଶିକ୍ଷଣ ଦେଉଥିଵା ଅଧିକାରୀଙ୍କ ଅସାଵଧାନତାରୁ ସ୍ବପ୍ନେଶ୍ବରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଏ ଵାଵଦରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।