ପିଲାଙ୍କ ଅଜବ ଯୁକ୍ତି - ‘‘ଗରମ ଭାତ ଦିଆଯାଉଥିବାରୁ ଖାଇ ହେଉନି , ଯାଉନି ସ୍କୁଲ ’’ ସ୍କୁଲକୁ ଆସୁ ନାହାନ୍ତି ପିଲା , ବିନ୍ଦୁ ମାରି ଉପସ୍ଥିତି ଦର୍ଶାଯାଉଛି

Published By : Prameya-News7 Bureau | September 12, 2019 IST

ଭଦ୍ରକ ୧୨।୯- ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ସରକାର ଛାତ୍ରଛାତ୍ରୀଙ୍କୁ କେତେକଣ ଯୋଗାଇଦେଉଛନ୍ତି । ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପୋଷାକ, ବହି ସବୁ ଦିଆଯାଉଛି ।ହେଲେ ପିଲା  ସ୍କୁଲ ନିକଟରେ ଗାଈ ଚରାଉଛନ୍ତି, ମାଛ ଧରୁଛନ୍ତି ନ ହେଲେ ଖେଳୁଛନ୍ତି ।ପାଠ କଥା କିଏ ପଚାରେ । ଭଦ୍ରକ ଗେଲଟିଆରେ ଏପରି ଅବସ୍ଥା ଦେଖିବାକୁ ମିଳିଛି ।

{"id":156755}

ଘର ପାଖରେ ସ୍କୁଲ  ଅଛି । ଯଥେଷ୍ଟ ଶିକ୍ଷକ ବି ଅଛନ୍ତି । ସ୍କୁଲରେ ମଧ୍ୟାହ୍ନ ଭୋଜନ, ପୋଷାକ ଠୁ ଆରମ୍ଭ କରି ବହି ପର୍ଯ୍ୟନ୍ତ ସବୁ କିଛି ମିଳୁଛି । ହେଲେ ପିଲା ସ୍କୁଲ ମୁହାଁ ହେଉନାହାନ୍ତି ।ଦେଖୁନାହାଁନ୍ତି ସ୍କୁଲ ନିକଟରେ ପିଲା ବସି ଗାଈ ଚରାଉଛନ୍ତି । ବାପା-ମା କାମକୁ ଗଲା ପରେ କିଏ ପୁଣି ଛୋଟ ଭାଇ ଭଉଣୀଙ୍କୁ ଜଗୁଛନ୍ତି । କିଏ ମାଛ ଧରୁଛି ତ ଆଉ କିଏ ଖେଳରେ ମାତିଛି । ଭଦ୍ରକ ଗେଲଟିଆରେ ରହିଛି ପଦନାୟକାଣୀ ଆଦିବାସୀ ସାହି ସ୍କୁଲ । ହେଲେ ପିଲାଙ୍କର ଦେଖା ନାହିଁ । କିଏ କହୁଛି ମାଆ ନା ଲେଖାଇନି ବୋଲି ଯାଉନି ।  ଗରମ ଗରମ ଭାତ ଦିଆଯାଉଥିବାରୁ ଖାଇ ହେଉନି, ତେଣୁ ସ୍କୁଲ ଯାଉନି ବୋଲି ଆଉ କେଉଁ ପିଲା କହୁଛି  ।

{"id":156756}

ଭଦ୍ରକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରୁ ମାତ୍ର ୨ କିଲୋମିଟର ଦୂରରେ ପଦନାୟକାଣୀ ଆଦିବାସୀ ସାହି ସ୍କୁଲକୁ । ୫ଟି ଶ୍ରେଣୀକୁ ଗୋଟିଏ କ୍ଲାସ ରୁମ୍ ଅଛି । ତେବେ ୪ ଜଣ ଶିକ୍ଷକ ଅଛନ୍ତି ଏଠାରେ । ପିଲା ସିନା ସ୍କୁଲକୁ ଆସୁନାହାନ୍ତି । ତେବେ ଉପସ୍ଥାନ ଖାତାରେ ବିନ୍ଦୁ ମାରିଦେଇ ପରେ ସମସ୍ତଙ୍କୁ ଉପସ୍ଥିତ ବୋଲି ଦର୍ଶାଯାଉଛି ।

{"id":156757}

ସର୍ବଶିକ୍ଷା ଅଭିଯାନ ଚାଲିଛି । ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ବୋଲି ନାରା ଦିଆଯାଉଛି । ହେଲେ ଅଭିଭାବକ ସଚେତନ ହେଲେ ତ ପିଲା ସ୍କୁଲ ମୁହାଁ ହେବେ ।

{"id":156758}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.