ବଜ୍ରପାତରେ ଛାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | August 14, 2018 IST

ଢେଙ୍କାନାଳ ୧୪/୮ : ଢେଙ୍କାନାଳ ଜିଲ୍ଲାରେ ବଜ୍ରପାତ । ଇ଼ଞ୍ଜିନିୟରିଂ ଛାତ୍ରୀ ମୃତ । ୫ ଛାତ୍ରୀ ଗୁରୁତର । ଏମିତି ଘଟଣା ଘଟିଛି ହିନ୍ଦୋଳ କରନ୍ଦା ପଠାଣୀ ସାମନ୍ତ ଇଞ୍ଜିନିୟରିଂ କଲେଜରେ ବଜ୍ରପାତ ହୋଇଛି । ମଧ୍ୟାନ ବିରତିରେ ଖାଇବାକୁ ଯିବାବେଳେ କଲେଜ ନିକଟରେ ବଜ୍ରପାତ ହୋଇଥିଲା । ଖାଇବାକୁ ଯାଉଥିବା ୬ ଜଣ ଛାତ୍ରୀଙ୍କ ଭିତରୁ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରୀଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ସିଭିଲ ଇଞ୍ଜିୟରିଂର ଦ୍ୱିତୀୟ ବର୍ଷର ଛାତ୍ରୀ କଳ୍ପନା ନାୟକ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.