ଆଶ୍ରମ ସ୍କୁଲରେ ଅଘଟଣ : ମଧ୍ୟାହ୍ନଭୋଜନ ଖାଇସାରିବା ପରେ ଛାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
21/07/2019 at 5:52 PM

ବାଙ୍କୀ ୨୧|୭: ବାଙ୍କୀ ଗୟଳବାଙ୍କ ଆଶ୍ରମ ସ୍କୁଲରେ ଅଘଟଣ । ଗତ କାଲି ମଧ୍ୟାହ୍ନ ସମୟରେ ଘଟିଛି ଘଟଣା ।ବାଙ୍କୀ ଗୟଳବ।ଙ୍କ ଆଶ୍ରମ ସ୍କୁଲର ଦ୍ବିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇସାରି ଧୋଇ ହେବାସମୟରେ ହାଠାତ ତଳେ ପଡିଯାଇଥିଲେ । ଛାତ୍ରୀଙ୍କୁ ସ୍କୁଲ ଶିକ୍ଷକ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲକୁ ନେବା ବାଟରେ ତାଙ୍କରର ମୃତ୍ୟୁ ହୋଇଯାଇଥିଲା ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଛାତ୍ରୀଙ୍କ ନାଁ ନ।ଣ୍ଡି ଟିଉ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବାବେଳେ ତାଙ୍କ ବାପାଙ୍କ ନାଁ ବୁର୍ତ୍ତୃ ଟିଉ ।ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯାଇ ସବୁକଥା ଜଣାପଡିବବୋଲି ପୋଲିସ ସୂଚନା ଦେଇଛି ।ମୟୁରଭଞ୍ଜ ଜିଲ୍ଲାର ଏହି ଛାତ୍ରୀ ଆଶ୍ରମ ସ୍କୁଲରେ ରହି ଶିକ୍ଷାଲାଭ କରୁଥିଲେ ।ହଠାତ ତାଙ୍କ ମୃତ୍ୟୁ ଖବର ବାପାଙ୍କୁ ଜଣେଇବା ପରେ ସେ ଆସି ପହଞ୍ଚିଛନ୍ତି ।ସଠିକ ତଦନ୍ତ କରି ତାର ମୃତ୍ୟୁର ସତ୍ୟା ସତ୍ୟ ଘଟଣା ପଦାକୁ ଆଣିବା ସହ ନ୍ୟାୟ ଅପେକ୍ଷାରେ ସେ ଅଛନ୍ତି ।

ପ୍ରଶାସନ ପକ୍ଷରୁ ତାଙ୍କୁ ତୁରନ୍ତ ଏକଲକ୍ଷ ପଚିଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ମଧ୍ୟାହ୍ନ ଭୋଜନ ଖାଦ୍ୟରେ ଗତ କାଲି ଭାତ ସାଥିରେ ଅଣ୍ଡା ଖାଇବାକୁ ଦିଆ ଯାଇଥିଲା । ଖାଦ୍ୟ ଖାଇବାବେଳେ ଅସୁସ୍ଥ ହୋଇପଡିଥିଲ। ଛାତ୍ରୀ ଜଣକ ।ପରେ ଏଭଳି ଅଘଟଣ ଘଟିଥିବା ଯାହା ଶିକ୍ଷକ କହିଛନ୍ତି । ଆଶ୍ରମର ଅନ୍ୟ ପିଲାମ।ନେ ସୁସ୍ଥ ଥିବାବେଳେ ହଠାତ ଏହିପିଲ।ର ଦେହ ଅସୁସ୍ଥ ହୋଇ ପଡିବା ପଛର କାରଣ କଣ ଜଣାପଡିନାହିଁ ପୋଷ୍ଟ ମର୍ଟମ ପରେ ଅସଲ କଥା ପଦାକୁ ଆସିବ।ନେଇ ସମସ୍ତଙ୍କ ଅପେକ୍ଷା ।

ଆଶ୍ରମ ସ୍କୁଲ ଛାତ୍ରୀ ମୃତ ଘଟଣା ଖବର ପାଇ ଆଜି କଟକ ଡି, ଡ଼ିଡବ୍ଲୁଓ , ତଥା ଜିଲାକଲ୍ୟାଣ ଅଧିକାରୀ ଆସି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।