ନିଖୋଜର ପାଞ୍ଚ ଦିନ ପରେ ମିଳିଲା ମୃତଦେହ, ଛାତ୍ରଙ୍କ ଦେହରେ ରହିଛି କ୍ଷତବିକ୍ଷତ ଚିହ୍ନ
14/11/2023 at 10:19 AM

କଟକ ୧୪।୧୧ : ମିଳିଲା ମୃତଦେହ । ପାଞ୍ଚ ଦିନ ଧରି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଠାବ ହୋଇଛି । କଟକ ଜିଲ୍ଲା ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ମିଳିଛି ମୃତଦେହ । ପୋଲିସ ଆରମ୍ଭ କରିଛି ତଦନ୍ତ ।
ଖବର ଅନୁଯାୟୀ, ପାଞ୍ଚ ଦିନ ହେବ ଛାତ୍ର ଜଣଙ୍କ ନିଖୋଜ ଥିଲେ । ଏନେଇ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ନିଖୋଜ ଛାତ୍ରଙ୍କ ଠାବ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । କିନ୍ତୁ ତାପରେ ବି ପତ୍ତା ମିଳିନଥିଲା । ଶେଷରେ ଗୋପାଳପୁର ନିକଟ କାଠଯୋଡି ପୋଲ ତଳୁ ନିଖୋଜ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ଏହାପରେ ତୁରନ୍ତ ମଧୁପାଟଣା ଥାନାକୁ ଖବର ଦିଆଯାଇଥିଲା ।
ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ର ଜଣଙ୍କ କଟକ କଲ୍ୟାଣନଗରର । ସେ ଦଶମ ଶ୍ରେଣୀରେ ଛାତ୍ର ଥିଲେ । ଛାତ୍ରଙ୍କ ମୃତଦେହରେ କ୍ଷତବିକ୍ଷତ ଚିହ୍ନ ରହିଥିବା ସୂଚନା ମିଳିଛି ।ତେବେ ଛାତ୍ରଙ୍କୁ ହତ୍ୟା କରାଯାଉଛି ନା ଆଉ କିଛି । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।