Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଘରୋଇ ସ୍କୁଲରେ ଛାତ୍ରଙ୍କୁ ମାଡ଼, ଘଟଣାରେ ପୋଲିସ ନିରବ, ବଡ଼ବଡ଼ିଆଙ୍କ ସମ୍ପୃକ୍ତି ନେଇ ଅଭିଯୋଗ

10/02/2023 at 9:47 PM

ବଲାଙ୍ଗିର: ଝିମିଟି ଖେଳରୁ ମହାଭାରତ । ପିଲାଙ୍କ ମାଡ଼ରୁ ସମାଧାନ ବଦଳରେ ଆକ୍ରୋଶମୂଳକ ଭାବରେ ଜଣେ ସ୍କୁଲପିଲାକୁ ନିର୍ଧୂମ ମାଡ଼ମାରିଲେ ଶିକ୍ଷକ। ଏନେଇ ଚାଇଲଡ଼ ଲାଇନ ଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ତଦନ୍ତ ହେଲା ହେଲେ ଆଜି ଯାଏଁ ତଦନ୍ତ ଶୂନ। ସେପଟେ ଏନେଇ ପରିବାର ଲୋକ ଗୁହାରି କରିକରି ନୟାନ୍ତ। ଅଭିଯୋଗ କଲେ ଏବେ ମିଳୁଛି ଧମକ।

ଛୁଆ ଭଲପାଠ ପଡିବ। ଶିକ୍ଷିତ ହେବ। ଭଲପରିବେଶ ସହ ସଂସ୍କାର ରେ ପାଠପଢ଼ିବା ଆଶାନେଇ ମାଆ ବାପା ଘରୋଇ ସ୍କୁଲକୁ ପଠାଇଥିଲେ ନିଜପିଲାକୁ। ହେଲେ ସ୍କୁଲରେ ପିଲାପିଲା ଭିତରେ କଳିକୁ ନେଇ ନିଜର ସୀମା ପାର କରିଗଲେ ଶିକ୍ଷକ। ଛାତ୍ରକୁ ଏମିତି ମାଡ଼ ମାରିଲେ ଯେ ଦେହରେ କଉ ସ୍ଥାନରେ ଆଉ ଜାଗାରହିଲା ନାହିଁ ସବୁଠି ମାଡ଼ ଚିହ୍ନ। ଏନେଇ ଥାନାକୁ ବି କଥା ଗଲା। ଚାଇଲଡ଼ ଲାଇନ ମଧ୍ୟ ହସ୍ତକ୍ଷେପ କଲା। ହେଲେ ତଳଠୁ ଉପର ସମସ୍ତେ ଚୁପ କାରଣ ସ୍କୁଲମାଲିକ ଠୁ ମିଳୁଛି ଧମକ।

ପାଟଣାଗଡ଼ରେ କଂହା କ୍ରିଷ୍ଟାଲ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠପଢ଼ୁଥିବା ପିଲାକୁ  ମାଡ଼ ଘଟଣାର ଆଜିପର୍ଯ୍ୟନ୍ତ ହେଲାନାହିଁ ତଦନ୍ତ। ଚୁପ ବସିଛି ପ୍ରଶାସନ ଓ ପୋଲିସ। ଅଭଯୋଗ ପାଇଗଲେ ପରିବାର ଲୋକଙ୍କୁ ମିଳୁଛି ଧମକ। ଖାଲିସେତିକି ନୁହେଁ ସ୍କୁଲରେ ପିଲାକୁ ମାଡ଼ମାରି ସମସ୍ତଙ୍କ ସଂଜୁଖରେ ପୁଣି ମାଡ଼ମାରିଥିବା ତାଙ୍କ ମାଆ କରିଛନ୍ତି ଅଭିଯୋଗ। ଏବେ ଘଟଣାର ୧୪ ଦିନପରେ ମଧ୍ୟ ନ୍ୟାୟ ପାଇଁ ପରିବାର ଲୋକେ ଗୁହାରି କରିଛନ୍ତି।

ସେପଟେ  ପିଲାର ପରିବାର ଲୋକ ଭୟରେ ଦିନକାଟୁଛନ୍ତି। ଅଭିଯୋଗ କରିବାକୁ ଗଲେ ଧମକ ଦେଉଥୁବା ଅଭିଯୋଗ କରିଛନ୍ତି। ଘଟଣାପରେ ଚାଇଲଡ଼ ଲାଇନ ବିଦ୍ୟାଳୟ ଯାଇ ସ୍କୁଲ କର୍ତ୍ତୃପକ୍ଷ , ମାଡ଼ମାରିଥିବା ଶିକ୍ଷକ ଓ ମାଡ଼ଖାଇଥିବା ପିଲା ସହ ଅଭିଭାବକଙ୍କୁ ପଚରାଉଚୁରା କରିଥିଲା। ଏନେଇ ରିପୋର୍ଟ ସିଡବ୍ଲୁସିକୁ ଦେଇଛି । ସେପଟେ ନ୍ୟାୟ ପାଇଁ ପୋଲିସ ର ଦ୍ୱାରସ୍ତ ହେଲେ ମଧ୍ୟ ଚାଇଲଡ଼ ଲାଇନ ରିପୋର୍ଟ ଦେଲେ ତଦନ୍ତ ଆଗକୁ ଯିବ ବୋଲି କହି ଚୁପ ହୋଇ ବସିଛି ପୋଲିସ୍।  ଅନ୍ୟପଟେ ତଦନ୍ତ ଚାଲିଛି ବୋଲି କହୁଛନ୍ତି ଏସଡିପିଓ ।

   Related Posts