vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିଲେନି ଛାତ୍ରୀ, ମୁଣ୍ଡ ଚୁଟି ଝିକି ମାଡ ମାରିଲେ ଶିକ୍ଷୟିତ୍ରୀ

23/06/2022 at 12:32 PM

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଦଣ୍ଡ ମୁକ୍ତ ଅଞ୍ଚଳରେ କଠୋର ଦଣ୍ଡ । ଶିକ୍ଷୟିତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର । ତାପ ଉତ୍ପାଦି ରାସାୟନିକ ପ୍ରତିକ୍ରିୟାର ଉତ୍ତର ନଦେଇପାରିବାରୁ ଛାତ୍ରୀଙ୍କ ମୁଣ୍ଡର ଚୁଟି ଝିକି ବାଡ଼ିରେ ଦୁଇ ହାତକୁ ମାରିବା ସହ ହାତ ପାପୁଲିକୁ ମାରି ଆହତ କରିଛନ୍ତି ଶିକ୍ଷୟିତ୍ରୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନଙ୍କ ନାମରେ ଆସିଛି ଏଭଳି ଅଭିଯୋଗ । ଏନେଇ ଛାତ୍ରୀଙ୍କ ପରିବାର ଲୋକ ଦାରିଙ୍ଗବାଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସିମନବାଡ଼ି ସ୍ଥିତି ଲାଦାମାଲା ଗ୍ରାମର ଅଶୋକ ଦିଗାଲଙ୍କ ଝିଅ କୁମାରୀ ଆରିନ ଦିଗାଲ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୧୦ମ ଶ୍ରେଣୀ ପାଠ ପଢ଼ନ୍ତି । ବୁଧବାର ଦିନ ସ୍କୁଲ ଯାଇଥିବା ବେଳେ ୧୧ଟା ସମୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନ ପିଲାଙ୍କୁ ତାପ ଉତ୍ପାଦି ରାସାୟନିକ ପ୍ରତିକ୍ରିୟା ବିଷୟରେ ପାଠ ପଢ଼ାଇ ପ୍ରଶ୍ନ ପଚାରିଥିଲେ । ହେଲେ କୁମାରୀ ଆରିନ ଦିଗାଲ ଏହି ପ୍ରଶ୍ନର ସଠିକ୍ ଉତ୍ତର ନଦେବାରୁ ଅମାନୁଷିକ ଭାବେ ଛାତ୍ରୀ କୁମାରୀ ଆରିନ ଦିଗାଲଙ୍କୁ  ମୁଣ୍ଡ ଚୁଟି ଝିକିବା ସହ ବାଡ଼ି ସାହାଯ୍ୟରେ ଛାତ୍ରୀଙ୍କ ହାତରେ ଓ ହାତ ପାପୁଲିରେ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ ।  ଫଳରେ ହାତ ଫୁଲିଯାଇଥିଲା ।

ସେପଟେ ପରିବାର ଲୋକଙ୍କୁ ଶିକ୍ଷୟିତ୍ରୀ ଏଣୁତେଣୁ କହି ଲଜ୍ଜିତ ମଧ୍ୟ କରିଥିଲେ । ଏପରିକି ମାଡ଼ ମାରିବା ପରେ ବି ଛାତ୍ରୀଙ୍କୁ ଘରକୁ ନଛାଡି ସେମିତି ହିଁ ଆହତ ଅବସ୍ଥାରେ ସ୍କୁଲ ମଧ୍ୟରେ ନଜର ବନ୍ଦୀ କରି ରଖିଥିଲେ । ଛୁଟି ହେଲା ପରେ ୪ଟା ପରେ ଘରକୁ ଛାଡିଥିଲେ । ଆହତ ଅବସ୍ଥାରେ ହିଁ ଛାତ୍ରୀ ଜଣଙ୍କ ନଖାଇ ନପିଇ ସ୍କୁଲରେ ରହିଥିଲେ । ଛୁଟି ପରେ ଛାତ୍ରୀ ଜଣଙ୍କ ଘରେ ପହଞ୍ଚି ମା’ ସମିତା ଦିଗାଲ ଓ ବାପା ଅଶୋକ ଦିଗାଲଙ୍କୁ ଏସବୁ ଘଟଣା ବିଷୟରେ କହିବା ସହ ମାଡ଼ ମରାଯାଇଥିବା ସ୍ଥାନକୁ ଦେଖାଇଥିଲେ ।

ଆରିନ ଦିଗାଲ କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁଁ ମେଡିସିନ ଖାଇ ତିନି ଦିନ ପୂର୍ବରୁ ସୁସ୍ଥ ହୋଇ ସ୍କୁଲ ଯାଇଥିଲେ । ହେଲେ ଏଭଳି ମାଡ଼ ଯୋଗୁଁ ଛାତ୍ରୀ ଜଣଙ୍କ ଶାରିରୀକ ସ୍ତରରେ ଅସୁସ୍ଥ ହେବା ସହ ମାନସିକ ଚାପରେ ରହିଛନ୍ତି । ଅତ୍ୟଧିକ ମାଡ଼ ଯୋଗୁଁ  ଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ପରିବାର ଲୋକ ପ୍ରଥମେ ଝିଅକୁ ଦାରିଙ୍ଗବାଡ଼ି ମେଡିକାଲ ନେଇ ଚିକିତ୍ସା କରିବା ପରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶିକ୍ଷୟିତ୍ରୀ ଅଞ୍ଜଳି ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରଶ୍ନର ଉତ୍ତର ନଦେବା ଯୋଗୁଁ ସେ କୁମାରୀ ଆରିନ ଦିଗାଲଙ୍କୁ ମାଡ଼ ମାରିଥିବା କଥା ସ୍ଵୀକାର କରିଥିଲେ ।  ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଥିଲେ ମାଡ଼ ମାରିବା ବେଆଇନ, ପିଲା ଯଦି ପାଠ ବୁଝୁନାହାନ୍ତି ତାହାଲେ ସେମାନଙ୍କୁ ବାରମ୍ବାର ପଢାଇବା ଦରକାର । ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

   Related Posts