ଛାତ୍ରୀନିବାସ ବାଥରୁମ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଅଣ୍ଟା ଉପରକୁ ପୋଡିଯାଇଛନ୍ତି

Published By : Prameya-News7 Bureau | April 10, 2023 IST

ସୁନ୍ଦରଗଡ ୧୦।୪: ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ନିବାସରେ ଅଭାବନୀୟ ଘଟଣା ଘଟିଛି । ଛାତ୍ରୀ ନିବାସ ବାଥରୁମ୍ ଭିତରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରୀ ଜଣଙ୍କ ଅଣ୍ଟା ଉପରକୁ ପୋଡିଯାଇଛନ୍ତି । ଚିତ୍କାର ଶୁଣି ସହପାଠୀ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

{"id":770548,"width":839,"height":461,"sizeSlug":"full","linkDestination":"none"}

ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇ ପ୍ରଥମ ବର୍ଷର ବୋଲି ଜଣାପଡିଛି । ସଂପୃକ୍ତ ଛାତ୍ରୀ ଜଣଙ୍କ ଝାରସୁଗୁଡ଼ାରୁ ଆସି ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ପଢୁଥିଲେ । ତାଙ୍କର ସହପାଠୀଙ୍କ ସହ ଝଗଡା ହୋଇଥିଲା । ତାପରେ ଏଭଳି ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.