ବିଜେବି ନଗର ଗୀତାଞ୍ଜଳି ଆପାର୍ଟମେଣ୍ଟରେ ଛାତ୍ରୀ ମୃତ୍ୟୁ ଘଟଣା : ବଢିଲା ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | February 17, 2020 IST

ଭୁବନେଶ୍ବର ୧୭/୨: ବିଜେବି ନଗର ଗୀତାଞ୍ଜଳି ଆପର୍ଟମେଣ୍ଟରେ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ମୃତ୍ୟୁ ପୂର୍ବରୁ ଛାତ୍ରୀ କୃତିକା ଇନଷ୍ଟାଗ୍ରାମରେ କିଛି ଫଟୋ ଓ ଲେଖା ସେୟାର କରିଛନ୍ତି । ସେଥିରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":225499,"sizeSlug":"large"}

ଇନଷ୍ଟାଗ୍ରାମରେ ବାଏ ବାଏ ପିପୁଲ ବୋଲି ଲେଖିଛନ୍ତି । ଏହାସହ ଲେଖିଛନ୍ତି ମୁଁ ସ୍ବର୍ଗଦ୍ବାର ଯିବାକୁ ଚାହୁଁଛି । ସୋସିଆଲ ମିଡିଆରେ ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ ଦୃଢିଭୂତ ହେଉଛି । ମୃତ ଛାତ୍ରୀ କୃତିକା ମିଶ୍ରଙ୍କ ବୟସ ୧୪ ବର୍ଷ । ସେ ଇନଷ୍ଟାଗ୍ରାମ୍ ଓ ସ୍ନାପସର୍ଟ ରେଗୁଲାର ବ୍ୟବହାର କରୁଥିଲେ । ତେବେ କାହିଁକି ସେ ଆତ୍ମହତ୍ୟା କଲେ । ତାହା ଏବେ ତଦନ୍ତ କରୁଛି ପୋଲିସ ।

{"id":225437,"width":583,"height":391,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.