ସାନଖେମୁଣ୍ଡି, ୦୬/୦୭: ପରୀକ୍ଷା ଫଳ ବାହାରିବା ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ । ଦିଗପହଣ୍ଡି ରାଣୀ ସାହିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାଟ୍ରିକ ରିଜଲ୍ଟ ବାହାରିବା ପୂର୍ବରୁ ଛାତ୍ରୀ ଜଣକ ଜଳି ଯାଇଛନ୍ତି । ଛାତ୍ରୀଙ୍କ ନା କଳ୍ପନା ଜେନା। ନିଜ ଦେହରେ କିରୋସିନି ଢାଳି କଳ୍ପନା ନିଆଁ ଲଗାଇଦେଇଥିଲେ । ହେଲେ ସେ କାହିଁକି ଏପରି କଲେ ତାହାର କାରଣ ଅସ୍ପଷ୍ଟ ରହିଛି । କଳ୍ପନା ପଦ୍ମନାଭପୁର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ । ହୁତୁ ହୁତୁ ହୋଇ ଜଳିବା ଅବସ୍ଥାରେ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଆତ୍ମହତ୍ୟାର କାରଣ କଣ ସେ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି ।
ରାଷ୍ଟ୍ରପତି ଭାବେ ମିଳେ କେଉଁ ସୁବିଧା? କେତେ ମିଳେ ଦର...