ପ୍ରେମ କରି ଠକିଗଲେ ଶିକ୍ଷୟିତ୍ରୀ : ଶାରୀରିକ ସମ୍ପର୍କ ପରେ ଠକିଦେଲା ଛାତ୍ର, ଥାନାରେ ମାମଲା

Published By : Prameya-News7 Bureau | December 18, 2020 IST

ଲକ୍ଷ୍ନୌ ୧୮/୧୨ : ଉତ୍ତର ପ୍ରଦେଶର ରାମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ନିଜେ ପଢାଉଥିବା ସ୍କୁଲର ଜଣେ ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କ ପରେ ଧୋକାକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି । ଅଭିଯୁକ୍ତ ପ୍ରେମିକଜଣକ ପୀଡିତା ଶିକ୍ଷୟିତ୍ରୀଙ୍କ ସହିତ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ପରେ ପ୍ରେମିକଜଣକ ଦିନେ ବିଦେଶ ଯିବାକୁ ପ୍ରସ୍ତୁତ ଚଳାଇଥିଲେ । ​‌ତେବେ ଶିକ୍ଷୟିତ୍ରୀଜଣକ ଏହା ଜାଣିବା ପରେ ଆଇନର ଆଶ୍ରୟ ନେଇଥିଲେ ।

ସୂଚନା ମୁତାବକ, ସ୍କୁଲରେ ପଢାଉଥିବା ଜଣେ ଶିକ୍ଷୟିତ୍ରୀଙ୍କର ଛାତ୍ରଙ୍କ ସହିତ ହିଁ ପ୍ରେମ ସମ୍ପର୍କ ଗଢିଉଠିଥିଲା ।  ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ମନସ୍ତ କରିବା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା । କିଛି ଦିନ ପରେ ଯୁବକ ଜଣକ ବିଦେଶ ଯିବାକୁ ବାହାରିଥିଲେ ।

ତେବେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ କରିବାକୁ ରାଜି ନହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡିତା ଶିକ୍ଷୟିତ୍ରୀ । ରାମପୁର ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ବିରୁଦ୍ଧରେ ଆଇପିସି ଧାରା ୩୭୬ ଆଧାରରେ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.