ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବିଦ୍ୟାଳୟ ବନ୍ଦ ପ୍ରତିବାଦ, ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

30/08/2022 at 1:40 PM

ରାୟଗଡ଼ା ୩୦।୮: ରାୟଗଡ଼ା ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ସିରିକାଡ୍ରୁଗମ ଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହି ବିଦ୍ୟାଳୟରେ ୨୨ ଜଣ ପିଲା ଥିବା ବେଳଳେ ବନ୍ଦ କରି ଦିଆଯାଇଥିବାରୁ ଏଭଳି ପ୍ରତିବାଦ କରାଯାଇଛି । ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମିଳିତ ଭାବେ ଆସି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଘେରାଉ ମଧ୍ୟ କରିଛନ୍ତି ।

ବିଦ୍ୟାଳୟ ବନ୍ଦ କରାଯିବା କାରଣରୁ ପିଲାଏଁ ଦୁଇ କିଲୋମିଟର ଦୂର ଚାଞ୍ଚଡାଦ୍ରୁଗମ ବିଦ୍ୟାଳୟ ଯିବା ପାଇଁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ଏହି ଗୋଟିଏ ଗ୍ରାମରେ ୩୨ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ବିଦ୍ୟାଳୟ ପୁନର୍ବାର ଖୋଲିବା ପାଇଁ ବାରମ୍ବାର ଦାବି କରାଯାଇଛି । କିନ୍ତୁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ବିଦ୍ୟାଳୟ ଖୋଲିବା ପାଇଁ ଦାବି କରିଛନ୍ତି । ନଚେତ୍ ଆହୁରି ବଡଧରଣର ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି । ଏଥିରେ ପଞ୍ଚାୟତ ପ୍ରତିନିଧିଙ୍କ ସହ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ସାମିଲ ହୋଇଥିଲେ ।

   Related Posts