scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିରାଟ-ରୋହିତଙ୍କ ଠାରୁ ଅଧିକ ଦରମା, କେତେ ସମ୍ପତ୍ତିର ମାଲିକ ଦ୍ରୁତ ବୋଲର ବ୍ରଡ଼ ?

3/08/2023 at 8:16 AM

ନୂଆଦିଲ୍ଲୀ ୦୩।୦୮: ଇଂଲଣ୍ଡର ଅଭିଜ୍ଞ ଦ୍ରୁତ ବୋଲର । କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଷ୍ଟୁଆର୍ଟ ବ୍ରଡ୍ । ଏହାକୁ ନେଇ କ୍ରିକେଟ ଦୁନିଆରେ ଚାଲିଛି ଚର୍ଚ୍ଚା । ଏହି ଖେଳାଳୀ ଇଂଲଣ୍ଡର ଦିଗ୍ଗଜ ଖେଳାଳୀଙ୍କ ମଧ୍ୟରେ ଯାଆନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆସେସ ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ପରେ ବ୍ରଡ କ୍ରିକେଟକୁ ଦେଇଛନ୍ତି ବିଦାୟ । ଭେଟେରାନଙ୍କ ଏହି ଘୋଷଣା କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି କରିଛି । କ୍ରିକେଟର ହେବା ସହ ଜଣେ ସକ୍ସେସ୍ ବିଜନେସ୍‌ମ୍ୟାନ୍ ଅଟନ୍ତି ବ୍ରଡ୍ । ଲଗଜୁରୀ ଲାଇଫ୍ ଷ୍ଟାଇଲ୍‌ ମେଣ୍ଟେନ୍‌ କରନ୍ତି ଦ୍ରୁତ ବୋଲର । ବ୍ରଡଙ୍କ ନେଟଓ୍ବର୍ଥ ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରାଇଯିବ। ଅର୍ଥାତ୍ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ବ୍ରଡ୍ ।

ବ୍ରଡ୍‌ଙ୍କ ମୋଟ ସମ୍ପତ୍ତି ବିଷୟରେ କହିବାକୁ ଗଲେ ସେ ୬୯ ମିଲିୟନ ଡଲାର ସମ୍ପତ୍ତିର ମାଲିକ । ଭାରତୀୟ ଟଙ୍କା ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୫୫୦ କୋଟିରୁ ଅଧିକ । ଇଂଲଣ୍ଡରେ ବ୍ରଡ୍‌ଙ୍କ ପବ ଚେନ୍‌ ରହିଛି । ଯାହା ବହୁତ ସକ୍ସେସ୍‌ଫୁଲ୍ ଅଟେ । ଏହାବ୍ୟତୀତ ସେ ରିଅଲିଷ୍ଟେଟ୍‌ରେ ନିବେଶ କରିଛନ୍ତି ଷ୍ଟୁଆର୍ଟ । ତେବେ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ଷ୍ଟୁଆର୍ଟଙ୍କ ବିଜନେସ୍ ପାର୍ଟନର୍ ଅଟନ୍ତି ଇଂଲଣ୍ଡ ପୂର୍ବତନ ବୋଲର ହ୍ୟାରି ଗର୍ନ । ଉଭୟ ଏକ ପବ ଚେନ ଚଳାଉଛନ୍ତି ଯାହାର ନାଁ ‘ଟେପ ଆଣ୍ଡ ରନ’ ରହିଛି । ଏହା ନଟିଂହାମରେ ରହିଛି  ।

ଷ୍ଟୁଆର୍ଟଙ୍କର ରହିଛି ବିଳାସପୂର୍ଣ୍ଣ ସୌଖିନ ସଉକ । ତାଙ୍କ ନିକଟରେ ଏକକୁ ଅଧିକ କାର କଲେକ୍ସନ ରହିଛି । ଷ୍ଟୁଆର୍ଟ ବ୍ରଡ୍ ଏକ ଜାଗୁଆର ଏଫ୍-ଟାଇପ୍ ର ମାଲିକ ଅଟନ୍ତି । ଯାହାର ଦାମ୍ ପାଖପାଖି ୬୬.୪ ଲକ୍ଷ୍ୟ ରହିଛି। ଏହା ବ୍ୟତୀତ ତାଙ୍କ ନିକଟରେ ଲ୍ୟାଣ୍ଡ କ୍ରୁଜର ରହିଛି । ଲ୍ୟାଣ୍ଡ କୃଜର ଦାମ ୭୪.୩୭ ଲକ୍ଷ୍ୟ ଟଙ୍କା ।  ସେହିପରି ଏକ Mercedes-Benz AMG GT S ରହିଛି ଯାହାର ଦାମ 2 କୋଟି ୧୦ ଲକ୍ଷ୍ୟ ଟଙ୍କା। ଏଥିରୁ ଜଣାଯାଏ ଯେ ବ୍ରଡ୍‌ଙ୍କୁ ମହଙ୍ଗା କାର୍‌ର ସଉକ୍‌ ରହିଛି ।

ବ୍ରଡ୍‌ କ୍ରିକେଟରୁ ମଧ୍ୟ ମୋଟା ଅଙ୍କର ରୋଜଗାର କରୁଥିଲେ । ବ୍ରଡ୍ କିଛି ସମୟ ପାଇଁ ଇଂଲଣ୍ଡ ପାଇଁ କେବଳ ଟେଷ୍ଟ କ୍ରିକେଟ୍ ଖେଳୁଥିଲେ। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସହିତ ରେଡ୍ ବଲ୍ କ୍ରିକେଟ୍ ପାଇଁ ତାଙ୍କର ବାର୍ଷିକ ଚୁକ୍ତି ମଧ୍ୟ ଅଛି  ।  ବ୍ରଡ ବର୍ଷକୁ ପ୍ରାୟ ୬ ଲକ୍ଷ ୯୦ ହଜାରର ଦରମା ପାଇଥାନ୍ତି ।  ଯାହା ବିସିସିଆଇର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟର ଏ ଗ୍ରେଡ୍ ଠାରୁ ଅଧିକ । ଏହାବ୍ୟତୀତ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ବ୍ରଡ୍  ୧୨.୫୦୦ ପାଉଣ୍ଡ ଅର୍ଥାତ୍ ୧୩ ଲକ୍ଷ ୩୦ ହଜାର ଦରମା ପାଇଥାନ୍ତି । ସୋସିଆଲ୍ ମିଡିଆରେ ବ୍ରଡ୍ ବେଶ୍ ସକ୍ରିୟ ।  ଇନଷ୍ଟାଗ୍ରାମରେ ତାଙ୍କର 755k ରୁ ଅଧିକ ଫଲୋଅର୍ସ ଏବଂ ଟ୍ୱିଟରରେ 1.3 ନିୟୁତ ଫଲୋଅର୍ସ ଅଛନ୍ତି ।

You Can Read:

   Related Posts