ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି: ବ୍ରିଟେନ୍‌ରେ ଏମିତି କହିଲେ ରାହୁଲ୍

5/03/2023 at 8:40 PM

ନୂଆଦିଲ୍ଲୀ: ଭାରତର ଗଣତାନ୍ତ୍ରିକ ସଂରଚନା ଉପରେ ଆକ୍ରମଣ କରାଯାଉଛି। ବିରୋଧୀ ଦଳର ନେତାମାନେ ଏହାକୁ ରକ୍ଷା କରିବାକୁ ଲଢ଼େଇ ଜାରି ରଖିଛନ୍ତି। ବ୍ରିଟେନ୍‌ରେ ପୁଣିଥରେ ଏହି କଥାକୁ ଦୋହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ୟୁକେରେ ଭାରତୀୟ ସାମ୍ବାଦିକ ସଂଘର ସାମ୍ବାଦିକଙ୍କ ସହ ଆଲୋଚନା କଲାବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାହୁଲ୍। ଏହା ପୂର୍ବରୁ କେମ୍ବ୍ରିଜ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ବେଳେ ଏପରି କହିଥିଲେ ରାହୁଲ୍।  

ତେବେ ଏଥର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରାହୁଲ କହିଛନ୍ତି “ଆମ ଦେଶର ଗଣତନ୍ତ୍ର ସଂରଚନା ଉପରେ ଆକ୍ରମଣ କରାଯାଉଥିବାରୁ ଭାରତ ଯୋଡ଼ ଯାତ୍ରାର ଆବଶ୍ୟକତା ପଡିଲା। ଗଣମାଧ୍ୟମ, ସଂସ୍ଥାଗତ ଢାଞ୍ଚା, ନ୍ୟାୟପାଳିକା ଏବଂ ସଂସଦ ଉପରେ ବି ଆକ୍ରମଣ କରାଯାଉଛି। ଆଉ ସାଧାରଣ ଚ୍ୟାନେଲ୍‌ ମାଧ୍ୟମରେ ଆମେ ଆମ କଥା ଓ ଲୋକଙ୍କ କଥା ପହଞ୍ଚାଇବାର ସମସ୍ୟାର ସାମ୍ନା କଲୁ। ଆଧୁନିକ ଭାରତରେ ପୂର୍ବରୁ ଏଭଳି ଦୃଶ୍ୟ କେବେ ବି ଦେଖିବାକୁ ମିଳି ନଥିଲା।”

ସେହିପରି ୨୦୨୪ ନିର୍ବାଚନକୁ ନେଇ ଗାନ୍ଧୀ କହିଥିଲେ ” ସବୁ ଜିନିଷ କଳାଧଳା ହୋଇ ନଥାଏ। ଧାରଣ, ବିରୋଧ ଆଦି ବିଜେପି ବିରୋଧରେ ଲୋକଙ୍କର ଆକ୍ରୋଶ ରହିଛି। ଭାରତ ଯୋଡ଼ୋ ଯାତ୍ରାରେ ଏହା ଦେଖିବାକୁ ମିଳିଥିଲା। ଆପଣ କିନ୍ତୁ ଗଣମାଧ୍ୟମରେ ଏହା ଦେଖିବାକୁ ପାଇ ନଥିବେ। “

ସେହିପରି ବିଜେପି ବିରୋରେ ବିରୋଧୀଙ୍କ ମେଣ୍ଟ କରିବେ କି ନାହିଁ ସେ ପ୍ରଶ୍ନରେ ରାହୁଲ କହିଛନ୍ତି ବିରୋଧୀ ଦଳଙ୍କ ମଧ୍ୟରେ ସହଯୋଗ ରହିଛି। ଏନେଇ ଦଳଗୁଡ଼ିକ ମଧ୍ୟରେ ଆଲୋଚନା ହେଉଛ। ବିଜେପି ଓ ଆର୍‌ଏସ୍‌ଏସ୍‌କୁ ହରାଇବା ମୁଖ୍ୟ ଲକ୍ଷ ବୋଲି ରାହୁଲ କହିଛନ୍ତି।  

ସେହିପରି ଜର୍ଜ ସୋରୋସଙ୍କୁ ନେଇ ରାହୁଲ କହିଛନ୍ତି ଯେ ସୋରୋସଙ୍କର ନିଜସ୍ୱ ଦୃଷ୍ଟିଭଙ୍ଗି ଥାଇପାରେ। ତାଙ୍କ ଆଭିମୁଖ୍ୟ ବିଷୟରେ ଜାଣିବାକୁ ମୋର ଇଚ୍ଛା ନାହିଁ। ହେଲେ ମୁଁ ଯାହା ଆଖିରେ ଦେଖିଛି ତା ଉପରେ ବିଶ୍ୱାସ କରିବି। ଗୌତମ ଆଦାନୀ ଧନୀ ତାଲିକାରେ ୬୦୯ ତମ ସ୍ଥାନରୁ ଉଠି ହଠାତ୍ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଥିଲେ। ଗତ ୩ ବର୍ଷରେ ଏମିତି ହୋଇଥିଲା। ଏଥିରେ ସୋରସଙ୍କ କଥାର ଆମକୁ ଆବଶ୍ୟକ ନାହିଁ ବୋଲି ରାହୁଲ କହିଛନ୍ତି।

   Related Posts