ପୂର୍ବତଟ ରେଳ ଜୋନ୍ ଭାଗ ଭାଗ କରିବା ନିଷ୍ପତ୍ତିକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା, ରାଜନୈତିକ ଦଳ ପରସ୍ପର ଉପରେ ଦୋଷ ଲଦାଲଦି

Published By : Prameya-News7 Bureau | February 28, 2019 IST

ଭୁବନେଶ୍ବର୨୮|୧: ବର୍ଡର ଚାଲିଛି ଫାୟରିଂ । ଆତଙ୍କ ବାଦକୁ ନେଇ ଦୁଇ ଦେଶ ମୁହଁମୁହିଁ ହୋଇଥିବାବେଳେ ରାଜ୍ୟରେ ପୂର୍ବତଟ ରେଳ ଜୋନ୍‌ ଭାଗ ଭାଗ କରିବା ନିଷ୍ପତ୍ତିକୁ ନେଇ ଓଡ଼ିଶାରେ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା । ଯେତେବେଳେ ଜନସାଧାରଣ ଏହାକୁ ନେଇ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏତିକିବେଳେ ତିନି ରାଜନୈତିକ ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି।

{"id":89530}

ବିଶାଖାପାଟଣାରେ ନୂଆ ରେଳ ଜୋନ୍‌ ହେଲା ଆପତ୍ତି ନାହିଁ କିନ୍ତୁ ଓଡ଼ିଶାର ଦାବି କାହିଁକ ପୂରଣ କରାଗଲାନି ଓ ପୂର୍ବତଟ ରେଳ ଜୋନକୁ ଭାଗ ଭାଗ କରାଗଲା । ଦକ୍ଷିଣ ତଟ ରେଳ ଜୋନ ପ୍ରତିଷ୍ଠା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଗତକାଲି ଘୋଷଣା କରିବା ପରେ ଓଡ଼ିଶାରେ କିନ୍ତୁ ଦେଖାଦେଇଛି ତୀବ୍ର ଅସନ୍ତୋଷ । ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବିଶାଖାପାଟଣା ଡିଭିଜନକୁ କାଢ଼ିବା ପୂର୍ବରୁ ରାୟଗଡ଼ା, ରାଉରକେଲା ଓ ଉତ୍ତର ଓଡ଼ିଶାରେ ନୂଆ ଡିଭିଜନ କରାଯାଉ ।

{"id":89531}

ତେବେ କେବଳ ରାୟଗଡ଼ା ଡିଭିଜନ ଦାବି ରଖାଯାଇଥିବା ବେଳେ ଅନ୍ୟ ଦୁଇଟି ଡିଭିଜନ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇନାହି। ବିଶେଷ ରାଉରକେଲା ଓ ଝାରସୁଗୁଡ଼ା ଏବେବି ପୂର୍ବତଟ ରେଳଜୋନ୍‌ରେ ମିଶିପାରିଲାନି । ଯାହାକୁ ନେଇ ରାଉରକେଲା ଓ ଝାରସୁଗୁଡ଼ାର ଜନସାଧାରଣ ମୁହଁ ଖୋଲିଛନ୍ତି। ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼କୁ ନେଇ ରେଳ ଡିଭିଜନ ପାଇଁ ଦାବି ହୋଇ ଆସୁଥିବା ବେଳେ ଏହାକୁ କାହିଁକି ଅଣଦେଖା କରଗଲା ବୋଲି ପ୍ରଶ୍ନ କରିଛନ୍ତି।

{"id":89532}

ମାଲ ପରିବହନ ଏବଂ ରାଜସ୍ବ ଆଦାୟରେ ପୂର୍ବତଟ ରେଳ ଜୋନ ଦେଶର ସବୁଠାରୁ ଆଗରେ । ୱାଲଟିୟର ଡିଭିଜନ ବର୍ଷକୁ ପ୍ରାୟ ୭ଶହ କୋଟି ଟଙ୍କାର କାରବାର କରୁଛି । ଯେତେବେଳେ କି ବିଳାସପୁର ରେଳ ଜୋନ ଅଧିନରେ ବ୍ରଜରାଜନ ନଗର, ବେଲପାହାଡ଼, ଚକ୍ରଧରପୁର ଡିଭିଜନ ଅଧିନରେ ଥିବା ଝାରସୁଗୁଡ଼ା, ବାଗଢିହି, ଧୁତ୍ରା , ଦକ୍ଷିଣ ପୂର୍ବ ରେଳ ଅଧିନରେ ଥିବା ରାଉରକେଲା ମିଳିତ ଭାବେ ୧୨ ହଜାର କୋଟି ଟଙ୍କାର କାରବାର କରୁଛନ୍ତି। ଏସବୁ ଅଞ୍ଚଳକୁ କାହିଁକି ପୂର୍ବତଟ ରେଳ ଜୋନରେ ମିଶାଯାଉନାହିଁ ବୋଲି ବାରମ୍ବାର ପ୍ରଶ୍ନ ହୋଇ ଆସୁଛି।

{"id":89533}

ରେଳ ମନ୍ତ୍ରଣାଳୟ ଓଡ଼ିଶାକୁ ଗୁରୁତ୍ବ ଦେଉଛି ବୋଲି କେନ୍ଦ୍ର  ବାରମ୍ବାର କହୁଛି କିନ୍ତୁ ବାଜପେୟୀଙ୍କ ସରକାର ସମୟରେ ଆରମ୍ଭ ହୋଇଥିବା ରେଳଜୋନ ଏବେ ମୋଦି ସରକାରରେ ଦିଭାଗ ହେଲା। ଯାହାକୁ ନେଇ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ଏକ ସ୍ବର ହୋଇନାହାନ୍ତି ବରଂ ପରସ୍ପର ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପରେ ମାତିଛନ୍ତି ।

{"id":89534}

ରାଜନୈତିକ ଢଙ୍ଗରେ ବୟାନବାଜି ଦେଇଚାଲିଛନ୍ତି ତିନି ରାଜନୈତିକ ଦଳ। ପୂର୍ବତଟ ରେଲୱେରୁ ୱାଲଟିୟର ଡିଭିଜନ ହଟିଯିବା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପଟ୍ଟନାୟକ କହିଛନ୍ତି ଇଷ୍ଟକୋଷ୍ଟ ରେଲୱେକୁ ଭାଗ ଭାଗ କରିବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ।

{"id":89535}

ବିଧିବଦ୍ଧ ଭାବେ ନିଷ୍ପତ୍ତି ଆସିବା ପରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିକାଶ କର ତା ପରେ ରାଜନୀତି କରିବ ।୧୦୬୦ କି.ମି ରେଳପଥ ପାଇଁ ୧୨୨୮୬ କୋଟି ଟଙ୍କା ପଡ଼ିରହିଛି ।ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର କ୍ଳୀୟରାଂଶ ମିଳୁନି ।ଉପା ସରକାର ଯୋଜନା ପାଇଁ  ଓଡିଶାକୁ ଏ ଫଳ ଭୋଗିବାକୁ ପଡ଼ୁଚି ।

{"id":89536}

ନିର୍ବାଚନ ଘୋଷଣା ହେବା ପୂର୍ବରୁ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏନେଇ ଏକାଠି ସ୍ବର ଉଠାଇବେ କି ନା ଏହାକୁ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼ିବେ ଏବଂ ରାଜ୍ୟ ତାର କ୍ଷତି ସହିବ ତାହା ହିଁ ପ୍ରଶ୍ନ।

{"id":89537}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.