ନୂଆଦିଲ୍ଲୀ ୦୮।୦୮ : ଥରିଲା ଜାପାନ । ଗୁରୁବାର ଦିନ ଜାପାନରେ ପୁଣି ଥରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ଯାହାର ତିବ୍ରତା ରିକ୍ଟର ସ୍କେଲରେ ରହିଛି ୭.୧ । ଏତେ ବଡ଼ଧରଣର ଭୂକମ୍ପ ଝଟ୍କା ପରେ ଦେଶରେ ସୁନାମୀର ଆଲର୍ଟ ଜାରି କରାଯାଇଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ଜାପାନର ଦକ୍ଷିଣରେ ଥିବା କ୍ୟୁସି ଅଞ୍ଚଳରେ ଜୋରଦାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୭.୧ ରେକର୍ଡ ହୋଇଛି । ତେବେ ଏତେ ବଡ଼ଧରଣର ଭୂକମ୍ପ ଝଟ୍କା ପରେ ଲୋକଙ୍କୁ ଘର ବାହାରକୁ ଆସିଥିବାର ଦେଖିବାକୁ ମିଳିଛି । ଏପିରିକି ସପିଂ ମଲ୍ ଏବଂ ରାସ୍ତାଘାଟରେ ଲୋକ ହଡ୍ବଡେଇ ଯାଇଥିବାର ଦେଖିବାକୁ ମିଳିଛି । ଏକ ରିପୋର୍ଟ ଅନୁସାରେ ଭୂକମ୍ପର କେନ୍ଦ୍ର ନିଚିନାମ ଠାରୁ ୨୦ କିମି ଦୂରରେ ଥିବା ଉତ୍ତର-ପୂର୍ବର ୨୫ କିମି ତଳେ ଠାର ହୋଇଛି । ତେବେ ଏତେ ବଡ଼ଧରଣର ଭୂକମ୍ପ ଝଟ୍କା ପରେ ସୁନାମୀର ଆଲର୍ଟ ଜାରି କରାଯାଇଛି ।
ଅନ୍ୟପଟେ ଜାପାନର ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ, ଆଗାମୀ ଦିନରେ ଏହିପରି ଭାବେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଆସିପାରେ । ତେଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରାଯାଇଛି।