Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାକୁ ଦୃଢ଼ ନିନ୍ଦା; ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ଏବିଭିପି

27/09/2022 at 4:26 PM

ଫୁଲବାଣୀ ୨୭/୦୯: ନାବାଳିକା ଗର୍ଭବତୀ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି)। କନ୍ଧମାଳ ଜିଲ୍ଲା ବେଳଘର ଥାନା ଅନ୍ତର୍ଗତ ଏକ ଆବାସିକ ବିଦ୍ଯାଳୟର ଛାତ୍ରୀ କିଛିଦିନ ତଳେ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏନେଇ କନ୍ଧମାଳ ଜିଲ୍ଲା ଏବିଭିପିର ଛାତ୍ରୀ ପ୍ରମୁଖ ତଅପୋଉ କହଁରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିତପତ୍ର ଦିଆଯାଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦଣ୍ଡବିଧାନ ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲ୍ଲା ଏବିଭିପି ଦାବି କରିଛି।

ଏହି ଦାବି ପତ୍ର ଦେବା ବେଳେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଫୁଲବାଣୀ ନଗର ସହ-ସମ୍ପାଦକ ଅମିତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅହଲ୍ୟା ମାଝୀ, ଜିଲ୍ଲା ସହ ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ସଂଗଠନ ସମ୍ପାଦକ ଟୁକୁନା ମଲ୍ଲିକ ଯୋଗ ଦେଇଥିଲେl କନ୍ଧମାଳରେ ବିଭିନ୍ନ ସମୟରେ ଆବାସିକ ବିଦ୍ୟାଳୟ ରେ ନାବାଳିକା ଛାତ୍ରୀମାନେ ପିଲା ଜନ୍ମ କରିବା, ଗର୍ଭବତୀ ହେବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅବହେଳା, ଦାୟିତ୍ୱ ହୀନତାକୁ ଏବିଭିପି ଦାୟୀ କରିଛିl ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ ସେଥିପାଇଁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଦ୍ୟାର୍ଥୀ ପରିଷଦ କହିଛି l

   Related Posts