FIFA World Cup 2022: ଆର୍ଜେଣ୍ଟିନା ବିପକ୍ଷରେ ଐତିହାସିକ ବିଜୟ ପରେ ସାଉଦି ଆରବରେ ଉତ୍ସବର ମାହୋଲ, ସମଗ୍ର ଦେଶରେ ଛୁଟି ଘୋଷଣା

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ: ଫିଫା ବିଶ୍ଵ କପ୍ ୨୦୨୨ରେ ସାଉଦି ଆରବ ବଡ ବିପର୍ଯ୍ୟୟ ଘଟାଇ ଆର୍ଜେଣ୍ଟିନାକୁ ୨-୧  ଗୋଲ୍‌ରେ ପରାସ୍ତ କରିଛି। ସାଉଦି ଆରବର ଏହି ଐତିହାସିକ ବିଜୟରେ ମନ୍ତ୍ରମୁଗ୍ଧ କିଙ୍ଗ ସଲମାନ ବୁଧବାର ଦେଶବ୍ୟାପୀ ଛୁଟି ଘୋଷଣା କରିଛନ୍ତି। ଏହା ସମସ୍ତ ସରକାରୀ ଏବଂ ବେସରକାରୀ ସହ ଶିକ୍ଷାନୁଷ୍ଠାନ ଉପରେ ଲାଗୁ ହେବ।

ସାଉଦି ଆରବର ଅବିଶ୍ଵସନୀୟ ବିଜୟ ପରେ ପ୍ରଶଂସକଙ୍କ ମହଲରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ପ୍ରଶଂସକ ଆତ୍ମହରା ହୋଇ ପଡିଛନ୍ତି। ପ୍ରଶଂସକ କହିଛନ୍ତି ଉପର ବାଲାଙ୍କୁ ଧନ୍ୟବାଦ, ଖେଳାଳି ବହୁତ ଉତ୍ସାହିତ ଥିଲେ ଏବଂ ଆମ ଦଳ ଆର୍ଜେଣ୍ଟିନାକୁ  ହରାଇ ପାରିଛି। ସେମାନେ ଜଣେ ଖେଳାଳିଙ୍କ ଉପରେ ଭରସା କରୁଥିଲେ ମାତ୍ର ଆମେ ଏକ ଦଳ ଭାବେ ଲଢେଇ କଲୁ। ଆଉ ଆମେ ସେମାନଙ୍କୁ ହରାଇ ପାରିଛୁ।

wp:html /wp:html

ସାଉଦି ଆରବର ବିଜୟରେ ହିରୋ ରହିଛନ୍ତି ସାଲେହ ଅଲସେହରୀ ଏବଂ ସଲେମ ଅଲ ଦାବସାରୀ। ଦୁଇ ଖେଳାଳି ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି। ଆର୍ଜେଣ୍ଟିନା ପକ୍ଷରୁ ମ୍ୟାଚ୍‌ରେ ଏକ ମାତ୍ର ଗୋଲ୍ ଅଧିନାୟକ ଲିଓନେଲ୍ ମେସି ଦେଇଛନ୍ତି। ଆର୍ଜେଣ୍ଟିନା ଦଳ ବର୍ତ୍ତମାନ ଫିଫା ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ସାଉଦି ଆରବ ଦଳ ୫୧ତମ ସ୍ଥାନରେ ରହିଛି। ଏହା ବିଶ୍ଵ କପ୍ ଇତିହାସରେ ସବୁଠୁ ବଡ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ଥିବା କୁହାଯାଉଛି।

ସାଉଦି ଆରବ ବର୍ତ୍ତମାନ ବିଶ୍ଵ କପ୍‌ର ଗ୍ରୁପ ସିରେ ଆର୍ଜେଣ୍ଟିନା, ମେକ୍ସିକୋ ଏବଂ ପୋଲାଣ୍ଡ ସହିତ ରହିଛି। ସାଉଦି ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ମେକ୍ସିକୋ ଏବଂ ପୋଲାଣ୍ଡର ମୁକାବିଲା କରିବ। ଯଦି ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରେ ତେବେ ଦଳ ନକଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିପାରିବ। ଅନ୍ୟପଟେ ପରାଜୟ ପରେ ଆର୍ଜେଣ୍ଟିନା ଉପରେ ଚାପ ବଢି ଯାଇଛି। ଆର୍ଜେଣ୍ଟିନା ଦଳ ଗତ ୩୬ଟି ମ୍ୟାଚ୍‌ରେ ଅପରାଜୟ ଥିଲା। କିନ୍ତୁ ପରାଜୟ ସହ ଦଳର ବିଜୟ ଅଭିଯାନରେ ବିରାମ ଲାଗିଛି। ଇଟାଲୀ ନାମରେ ସର୍ବାଧିକ ୩୭ ମ୍ୟାଚ୍‌ରେ ହାରିନଥିବାର ରେକର୍ଡ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.