ଯୋର ଧରୁଛି କୋଣାର୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କୁ ଗିରଫ ଦାବୀ
18/09/2018 at 6:35 PM

ଭୁବନେଶ୍ବର୧୮|୯: ବିବାଦ କେବଳ ଚିଲିକା ଉପରେ କି ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡାଣକୁ ନେଇ ନୁହେଁ । ବିବାଦ କୋଣାର୍କ ଓ ଶ୍ରୀମନ୍ଦିରକୁ ନେଇ ଆସିଥିବା ମତ କୁ ନେଇ ମଧ୍ୟ ଉପୁଜିଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ କୋଣାର୍କ ଯାଇଥିବା ଅଭିଜିତ ଆୟର ମିତ୍ର କୋଣାର୍କ ମନ୍ଦିରକୁ ନେଇ ଯେଉଁଭଳି ମନ୍ତବ୍ୟ ସୋସିଆଲ ମିଡିଆରେ ଛାଡିଛନ୍ତି, ତାକୁ ନେଇ ଉପୁଜିଛି ବିବାଦ । ଏହା ଓଡିଶାର କଳା ସଂସୃତି ଓ ଓଡ଼ିଆଙ୍କ ପ୍ରତି ଅପମାନ ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ଓ ତାଙ୍କୁ ଉଡାଣରେ ସହଯୋଗ କରିଥିବା ରାଜନେତାଙ୍କୁ ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ହେବାକୁ ଦାବି ହୋଇଛି ।
ବୈଜୟନ୍ତ ପଣ୍ଡାଙ୍କ ଚିଲିକା ଟୁରରେ କିଏ ଥିଲେ ଯାତ୍ରୀ । ସହଯାତ୍ରୀ ଥିଲେ ସାମ୍ବାଦିକ ଆରତୀ ଟିକୁ ସିଂହ ଏବଂ ଅଭିଜିତ ଆୟାର ମିତ୍ର। କିଏ ଏମାନେ। ଆଉ ଏମାନଙ୍କ ସୋସିଆଲ ମିଡିଆ ସାଇଟରୁ ଯାହା ମିଳିଥିଲା ସେଥିରେ ପୁଣି ଦୋହଲିଛି ଓଡିଶା। ବନ୍ଧୁଙ୍କ ଅରୁଚିକର ମତକୁ ନେଇ ବିଧାନସଭାରେ ଝଡ ସୃଷ୍ଟି ହୋଇଛି । ବାହାରେ ନାରାବାଜି ଓ ପ୍ରତିବାଦ ହୋଇଛି । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ଓ କୋଣାର୍କ ଉପରେ ଚକ୍କର କାଟିଛି ହେଲିକପ୍ଟର ଯାହାର ଭିଡିଓ ଘୁରି ବୁଲିଲାଣି। ଆଉ ତାପରେ ବୈଜୟନ୍ତଙ୍କ ମିତ୍ର ଅଭିଜିତ ଆୟାର କୋଣାର୍କ ଉପରେ ଯାହା ସବୁ ଟିପ୍ପଣୀ ଦେଇଛନ୍ତି ତାକୁ ନେଇ ଉଠିଛି ପ୍ରତିବାଦ। କୋଣାର୍କ ମନ୍ଦିର ପରିସରରେ ଠିଆ ହୋଇ କୋଣାର୍କର ବ୍ୟାଖ୍ୟା କରୁଛନ୍ତି ଅଭିଜିତ । କୋଣାର୍କ ମନ୍ଦିର ଟେମ୍ପୁଲ ନୁହେଁ ହମ୍ପଲ ବୋଲି କହିଛନ୍ତି । ଏହା ସହ ଏହାର ମୂର୍ତ୍ତୀ ଓ ଚିତ୍ରକୁ ନେଇ ଦେଇଛନ୍ତି ଅରୁଚିକର ମତ ଦେଇଛନ୍ତି ।
ଅଭିଜିତଙ୍କ ଏପରି ମତର ପ୍ରତିବାଦରେ ବିଧାନ ସଭା ଭିତରେ ଓ ବାହାରେ ଉଠିଛି ଝଡ । ଆୟରଙ୍କ ଏପରି ମତ ଓଡିଶା କଳା ଓ ସଂସୃତିକୁ ଅପମାନ, ବୋଲି କହିଛନ୍ତି ଉଭୟ ଶାସକ ଓ ବିରୋଧି । ବିଧାନସଭା ପ୍ରଶ୍ନ କାଳରେ ଶାସକ ଦଳ ଏହି ପ୍ରସଙ୍ଗ ଉଠାଇବା ସହ ବିଧାନସଭା ଗାନ୍ଧି ପ୍ରତିମୂ୍ତ୍ତୀ ତଳେ ଧାରଣା ଦେଇଥିଲେ । ଏପରି ମତ ପାଇଁ ଆୟରଙ୍କୁ ଗିରଫ କରିବାକୁ ଦାବି କିଥିଲେ । ସେପଟେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରସଙ୍ଗ ଉଠାଇଥିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୃହ ବାହାରେ ପୁରୀ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ କହିଛନ୍ତି । କୋଣାର୍କ ପୃଷ୍ଠ ଭୂମି ,ଇତିହାସ ନଜାଣି ଏମିତି ମତ ଦେବା ଦୁର୍ଭାଗ୍ୟ ଜନକ। ସେପଟେ ବିଜେପି ଏହା ଉପରେ ମାପିଚୁପି ମତ ଦେଇଛି।
କଥା ହେଉଛି ଅଭିଜିତ୍ ବାସ୍ତବରେ କୁଆଡ଼େ ତୀର ମାରୁଛନ୍ତି । କଣ ସେ ଏତେ ଅଜ୍ଞ ଯେ ୧୨ଶହ ଖ୍ରୀଷ୍ଟାବ୍ଦର କୋଣାର୍କ ନିର୍ମାଣରେ ତାଙ୍କୁ ମୁସଲମାନମାନଙ୍କ ଷଡ଼ଜନ୍ତ୍ର ଦେଖାଦେଲା ? ହମାରି ରାମ ମନ୍ଦିର କହି ସେ ନିଜର କେଉଁ ମାନସିକତାକୁ ପ୍ରକାଶ କରିବାକୁ ଚାହୁଁଛନ୍ତି ତାହା ସେ ନିଜେ ହିଁ ବ୍ୟାଖ୍ୟା କରନ୍ତୁ।