ଦୁଷ୍କର୍ମକାରୀଙ୍କୁ ନଂପୁସକ ଇଞ୍ଜେକ୍ସନ, ଅପରାଧୀଙ୍କୁ ସାବାଡ୍ କରିବାକୁ ବଳ ପୂର୍ବକ ଦିଆଯାଉଛି ଏମିତି ଦଣ୍ଡ

Published By : Prameya-News7 Bureau | October 06, 2020 IST

ନୁର ସୁଲତାନ ୦୬।୧୦: ଭାରତରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ଏକ ବଡ ପ୍ରସଙ୍ଗ ରହି ଆସିଛି। ଦେଶରେ ବଳାତ୍କାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି ଉଠୁଛି। ଅନ୍ୟପକ୍ଷେ ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠି ବଳାତ୍କାରୀଙ୍କୁ କଠୋର ଶାସ୍ତି ଦିଆଯାଏ। ଏମିତି ଏକ ଦେଶ ହେଉଛି କଜାକିସ୍ତାନ। ଏହି ଦେଶରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ବଳପୂର୍ବକ ନଂପୁସକ କରାଯାଉଛି।

ନିକଟରେ କଜାକିସ୍ତାନରେ ୧୬ ବର୍ଷରୁ କମ ବର୍ଷ ବୟସର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଘଟଣାରେ ଦୋଷୀଙ୍କୁ କେବଳ ୧୫ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇ ନାହିଁ ବରଂ ତାକୁ ଇଞ୍ଜେକ୍ସନ ଦିଆଯାଇ ନଂପୁସକ କରାଯାଇଛି। ଏବେ ଏହି ଯୁବକ ନଂପୁସକ କରାଯିବା ଆଇନକୁ ବିରୋଧ କରି କହିଛନ୍ତି ଇଞ୍ଜେକ୍ସନ ଦେବା ପରେ ଏବେ ମୋତେ ଚାଲିବା ମୁସ୍କିଲ ହୋଇ ପଡିଛି।

{"id":339741,"sizeSlug":"large"}

ଅଭିଯୁକ୍ତ ଯୁବକ କହିଛନ୍ତି, ସେ କେବେ ବି ନିଜ ଶତ୍ରୁ ପାଇଁ ଏମିତି ଦଣ୍ଡର କଳ୍ପନା କରି ପାରିବ ନାହିଁ। ଏହି ଆଇନ ଉପରେ ରୋକ୍ ଲାଗିବା ଉଚିତ୍। ସେ ୧୫ ବର୍ଷର ଜେଲ୍ ସଜା କାଟିବା ପରେ ପରିବାର ଓ ପିଲା ଚାହୁଁଛନ୍ତି।

କଜାକିସ୍ତାନରେ ୨୦୧୮ରେ ଏକ ନୂତନ ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ୍‌ରେ ନାବାଳିକାଙ୍କୁ ବଳାତ୍କାର କଲେ ଅପରାଧୀଙ୍କୁ ଜୀବନସାରା ନଂପୁସକ କରିବା ନିୟମ କରାଯାଇଥିଲା। ଏଥିପାଇଁ ଅପରାଧୀଙ୍କୁ ଇଞ୍ଜେକ୍ସନ ଦେଇ ନଂପୁସକ କରାଯିବ ବୋଲି କୁହାଯାଇଥିଲା। କଜାକିସ୍ତାନ ସରକାର କହିଛନ୍ତି ଗତ ୨ ବର୍ଷରେ ଏମିତି ୧୧ ଜଣ ଅପରାଧୀଙ୍କୁ ନଂପୁସକ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.