Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

୫୪ ଦିନ ପରେ ହଟିଲେ ଆନ୍ଦୋଳନକାରୀ, କେନ୍ଦ୍ରାପଡା ସହରରେ ସିଟି ହସ୍ପିଟାଲ ଦାବିଲେ ଚାଲିଥିଲା ଆନ୍ଦୋଳନ

18/03/2023 at 4:50 PM

କେନ୍ଦ୍ରାପଡା ୧୮।୩: ୫୪ଦିନ ପରେ ହଟିଲେ ଆନ୍ଦୋଳନକାରୀ l କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପରେ ସହର ମଧ୍ୟରେ ଏକ ସିଟି ହସ୍ପିଟାଲ ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅନୀତା ପଟ୍ଟନାୟକଙ୍କ ସହ ଅଲୋଚନା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି l

ତେବେ ପୁରୁଣା ମେଡିକାଲ ଗୃହରେ ୩ଜଣ ଡାକ୍ତର, ଆମ୍ବୁଲାନ୍ସ ସେବା ଏବଂ ୫୦ଟି ଶଯ୍ୟା ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଗୟାଧର ଧଳ କହିଛନ୍ତି l ତେବେ ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନ ହେବ ବୋଲି କୁହାଯାଇଛି l 

   Related Posts