ଡମ୍ପିଂ ୟାର୍ଡରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
23/05/2018 at 6:09 AM

ଭୁବନେଶ୍ବର ସୈନିକ ସ୍କୁଲ୍ ନିକଟସ୍ଥ ଡମ୍ପିଂ ୟାର୍ଡରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଓଜନ ମେସିନ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କର୍ମଚାରୀମାନେ ନିୟମିତ ଭାବେ ଦରମା ପାଉନାହାନ୍ତି । ଗତ ୪ ମାସ ହେଲା କର୍ମଚାରୀମାନେ ଦରମା ପାଇନଥିବା ଅଭିଯୋଗ ହୋଇଛି । ଫଳରେ ଆଜି ସକାଳୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଉଠୁଥିବା ଅଳିଆ ଟ୍ରକ୍ ଏଠାରେ ଆସି ଜମା ହୋଇଛି । ଓଜନ ହୋଇପାରୁନଥିବାରୁ ଗାଡ଼ି ଗୁଡ଼ିକ ଅଳିଆ ସେଠାରେ ଫୋପାଡି ପାରୁନାହାନ୍ତି । ଘଟଣାସ୍ଥଳରେ ବି.ଏମ୍.ସି.ର ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିଥିଲେ ବି ସେମାନେ ମାନିବାକୁ ନାରାଜ । ପ୍ରତିଭା ଏଜେନ୍ସିକୁ ଏହି କାମ ଦିଆଯାଇଥିବା ବେଳେ , ଟେଣ୍ଡର୍ ଆଳରେ ଗତ ୫ ବର୍ଷ ହେଲା ସମସ୍ୟାର ସମାଧାନ ହୋଇପାରୁନାହିଁ ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023