scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଥାନା ସମ୍ମୁଖରେ ବୋଦସା ଗ୍ରାମବାସୀଙ୍କ ଧାରଣା

25/06/2018 at 5:09 AM

ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ସମ୍ମୁଖରେ ବୋଦସା ଗ୍ରାମବାସୀଙ୍କ ଧାରଣା । ଗିରଫ ବ୍ୟକ୍ତି ଏବଂ ଅଟକଙ୍କୁ ଖଲାସ ଦାବିରେ ଗତକାଲି ରାତିରୁ ହଜାରରୁ ଅଧିକ ସଂଖ୍ୟକ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବା ଆଶଙ୍କାରେ ଥାନା ପରିସରକୁ ଯାଇ ଉତ୍ତ୍ୟାକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ ବରିଷ୍ଠ ଅଧିକାରୀ । ତେବେ ନିଜ ଜିଦରେ ଅଟଳ ଅଛନ୍ତି ଗ୍ରାମାବାସୀ । ଘଟଣାସ୍ଥଳରେ ବ୍ୟାପ ପୋଲିସ ମଧ୍ୟ ମୁତୟନ ରଖାଯାଇଛି । ଗତ କିଛି ଦିନ ତଳେ ଖଣ୍ଡପଡ଼ା ଥାନା ବୋଦସା ଗାଁରେ ମନ୍ଦିର ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଜଣେ ଗୋଷ୍ଠିର ଯୁବକଙ୍କୁ ଅନ୍ୟ ଗୋଷ୍ଠୀର ଯୁବକମାନେ ମାରପିଟ କରିଥିଲେ । ଘଟଣା ନେଇ ଥାନାରେ ମାମଲା ରୁଜୁ ହେବା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଗତ ୧୬ ତାରିଖ ଦିନ ଗୋଟିଏ ଗୋଷ୍ଠିର ଶତାଧିକ ଲୋକ ଏକାଠି ହୋଇ ଅନ୍ୟ ଗୋଷ୍ଠିର ପ୍ରାୟ ୨୮ରୁ ଅଧିକ ଘର ଭାଙ୍ଗି ଦେଇଥିଲେ । ଯେଉଁ ଘଟଣାକୁ ନେଇ ଗତକାଲି ପୂର୍ବତନ ସରପଞ୍ଚଙ୍କ ସମେତ ୧୫ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କୁ ଖଲାସ କରିବା ଦାବିରେ ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଛନ୍ତି।

   Related Posts