ଜମି ଜବର ଦଖଲକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ
29/11/2022 at 1:38 PM

ସୁବର୍ଣ୍ଣପୁର ୨୯/୧୧; ଜମି ଜବର ଦଖଲ କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ରାସ୍ତାରୋକ। ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିକୁ ସେଲେଡ଼ି ରାଜସ୍ବ ଅଧିକାରୀ ଓ ସ୍ଥାନୀୟ ଫରେଷ୍ଟର ବିଭାଗର କେତେକ କର୍ମଚାରୀ ଚାଷୀଙ୍କୁ ଠିକା ଲଗାଇ ଧାନ ଚାଷ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ। ଏନେଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାସ୍ତାରୋକ। ସୁବର୍ଣ୍ଣପୁର ବିନିକା କର୍ତ୍ତଙ୍ଗ ଗାଁର ଶତାଧିକ ଲୋକ ସ୍ଥାନୀୟ କର୍ତଙ୍ଗ-ସଶାମୁରା ଛକ ଠାରେ ସମ୍ବଲପୁର-ସୋନପୁର ମୁଖ୍ୟ ରାଜପଥକୁ ଅବରୋଧ କରିଛନ୍ତି ।
ସକାଳ ପ୍ରାୟ ୭ଘଣ୍ଟା ସମୟରୁ ଚାଲିଥିବା ରାସ୍ତା ରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି। ସୁବର୍ଣ୍ଣପୁର ଏସଡିପିଓ ଏବଂ ବିନିକା ପୋଲିସ ଷ୍ଟାଫ୍ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଥିଲେ ହେଁ ସେମାନେ ଜିଦରେ ଅଟଳ ରହିଛନ୍ତି । ଘଟଣା ସ୍ଥଳକୁ ବିନିକା ତହସିଲଦାର ପହଂଚି ଲିଖିତ ପ୍ରତିଶ୍ରୁତି ଦେଲେ ଯାଇ ଆନ୍ଦୋଳନରୁ ହଟିବେ ବୋଲି କହିଛନ୍ତି ଗାଁ ଲୋକେ।