ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

୫ ଦଫା ଦାବି ନେଇ ସମବାୟ ସମିତି ସହକାରୀ ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣା

1/02/2020 at 1:57 PM

ବାଙ୍କୀ ୧।୨: କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ପଣ୍ଡାଳମ ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ ବୋର୍ଡର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ ତଥା ୫ ଦଫା ଦାବି ନେଇ ବୋର୍ଡର ସଦସ୍ୟ ଓ ଶତାଧିକ ଗ୍ରାମବାସୀ ବାଙ୍କୀ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଦାବି ଗୁଡିକ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଦାବି ପୂରଣ ନହେଲେ ସହକାରୀ  ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟକୁ ଅଚଳ କରିଦେବାକୁ ଦେଇଛନ୍ତି ଚେତାବନୀ। ସେବା ସମିତିର ଡାଟା ଏଣ୍ଟ୍ରି ଅପରେଟର ଶୁଭେନ୍ଦୁ ଚୌଧୁରୀକୁ ବାରମ୍ବାର ଚାକିରୀରୁ ବହିଷ୍କାର କରିବା ପରେ ଆଦେଶନାମାର  ପ୍ରତ୍ୟାହାର କରିବା ଓ ମଣ୍ଡି ପକ୍ରିୟା ସମ୍ବନ୍ଧିତ ପ୍ରସ୍ତାବିତ ଆଇଡି ଓ ପାସଓ୍ବାର୍ଡକୁ ବାରମ୍ବାର ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିବାକୁ ପ୍ରତିବାଦ କରି ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି ।

ସେପଟେ ପୂର୍ବତନ ସମବାୟ ସମ୍ପାଦକ  ସନ୍ତୋଷ କୁମାର ଜୟସିଂହଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଧରଣୀଧର ମହାନ୍ତିଙ୍କ ଆଦେଶନାମା ପ୍ରତ୍ୟାହାର କରିବା ସହ ଆଉ ରହିଥିବା ପ୍ରମୁଖ ଦାବି ଗୁଡିକ ହେଲା କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରକୁ ପୂର୍ବ ଭଳି କାମ କରିବା ଦାବି ନେଇ ଧାରଣା ଦେଇଛନ୍ତି ସମିତିର ସଦସ୍ୟ ଓ ଗ୍ରାମବାସୀ  ।

   Related Posts