ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମିଳୁନି ଜମାରାଶି, ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣସତ୍ୟାଗ୍ରହ

8/02/2023 at 1:19 PM

ଖଲ୍ଲିକୋଟ ୦୮।୦୨ : ଗଞ୍ଜାମ ଜିଲ୍ଲାପାଳ ଅଫିସ ଆଗରେ ଜମାକାରୀଙ୍କ ବିକ୍ଷୋଭ । ସାହାରା ଓ ଅନ୍ୟାନ୍ୟ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଅର୍ଥ ରାଶି ତୁରନ୍ତ ଫେରସ୍ତ ଦାବିରେ ବିକ୍ଷୋଭ ସହ ଧାରଣା ।  ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ସାହାରା ଓ ଅନ୍ୟାନ୍ୟ ସଂସ୍ଥା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କୁ ଲୋଭନୀୟ ସ୍କିମ ଦେଖାଇ ଅର୍ଥ ରାଶି ଜମା କରାଇଥିଲେ । ହେଲେ ଏବେ ଆଉ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରୁନାହିଁ କମ୍ପାନୀ | ୮ରୁ ୯ ବର୍ଷ ହେବ ଟଙ୍କା ନପାଇ ଜମାକାରୀମାନେ ଅତିଷ୍ଠ ହୋଇଗଲେଣି । ଶେଷରେ ନିଜ ଅର୍ଥରାଶିକୁ ଫେରସ୍ତ ପାଇବା ଦାବିରେ ଛତ୍ରପୁର ଉପର ବସଷ୍ଟାଣ୍ଡ ଛକରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ଗଣସତ୍ୟାଗ୍ରହ କରିଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକେ ଧାରଣାରେ ବସିଛନ୍ତି । ଜମା ହୋଇଥିବା ରାଶି ଉପରେ ସୁଧ ହାର ଯୋଡି ଟଙ୍କା ଫେରସ୍ତ କରିବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ।

   Related Posts