ଟୋଲ୍‌ ପ୍ଲାଜାରେ ମିଳୁନି ନିଯୁକ୍ତି, ଧାରଣାରେ ବସିଲେ ଶହ ଶହ ସ୍ଥାନୀୟ ଯୁବକ

Published By : Prameya-News7 Bureau | November 09, 2022 IST

ଭଦ୍ରକ ୦୯।୧୧ : କାର୍ଯ୍ୟକ୍ଷମ ହେଲା ଟୋଲ ପ୍ଲାଜ । କିନ୍ତୁ ସ୍ଥାନୀୟ ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେଲେ ନାହିଁ । ଯାହାକୁ ବିରୋଧ କରି ଶତାଧିକ ଗ୍ରାମବାସୀମାନଙ୍କ ପକ୍ଷରୁ ଗଣଧାରଣା ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେଉଳିଆ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଟୋଲ୍‌ ପ୍ଲାଜା କାର୍ଯ୍ୟକ୍ଷମ ହେଉଛି । କିନ୍ତୁ ଏହି ଟୋଲ ପ୍ଲାଜାରେ ସ୍ଥାନୀୟ ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦିଆଯାଇନାହିଁ । ସ୍ଥାନୀୟ ବେକାରୀଙ୍କୁ ବାଦ୍‌ ଦେଇ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ନିଯୁକ୍ତ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିରୋଧ କରି ଟୋଲ ପ୍ଲାଜା ସିଷ୍ଟମ ଅଫିସ ସମ୍ମୁଖରେ ସ୍ଥାନୀୟ ନେତା ବଦ୍ରି ଧଳଙ୍କ ନେତୃତ୍ୱରେ ଶହ ଶହ ଯୁବକ ଗଣଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଏମିତି ଗଣଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.