ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

କୁକୁଡ଼ା ଫାର୍ମ ପାଇଁ ଅନଶନରେ ବସିଲେ ଗ୍ରାମବାସୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

10/03/2023 at 2:47 PM

ଭଦ୍ରକ ୧୦/୦୩: ଗାଁ ପାର୍ଶ୍ଵରେ କୁକୁଡ଼ା ଫାର୍ମକୁ ବିରୋଧ କରି ଅନଶନରେ ଗ୍ରାମବାସୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଗ୍ରାମବାସୀ ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରଇପୁର ଗ୍ରାମରେ କୁକୁଡ଼ା ଫାର୍ମକୁ ବିରୋଧ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳରେ ଫାର୍ମ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଆଗାମୀ ଦିନ ରେ କୁକୁଡ଼ା ଫାର୍ମରୁ ସଂକ୍ରାମକ ରୋଗ ବ୍ୟାପିବା ସମ୍ଭାବନା ରହିଛି ।

କୁକୁଡ଼ା ମଳର ଦୁର୍ଗନ୍ଧ ଯୋଗୁଁ ପରିବେଶ ମଧ୍ୟ ପ୍ରଦୂଷିତ ହେବା ସହ ଛୋଟ ପିଲା ଓ ବୟସ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ । ଏନେଇ ପୂର୍ବରୁ ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗ୍ରାମବାସୀ ମାନେ ଅନଶନରେ ବସିଛନ୍ତି । ଏହି କୁକୁଡ଼ା ଫାର୍ମ କୁ ଅନୁମତି ମିଳିଲେ ଆଗକୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

   Related Posts