ପଶୁ ଚିକିତ୍ସାଧିକାରୀଙ୍କୁ ଭେଟିଲେ ମୈତ୍ରୀ, ବିଭିନ୍ନ ଦାବି ନେଇ ଦେଲେ ଦାବିପତ୍ର

Published By : Prameya-News7 Bureau | March 21, 2023 IST

ଭଦ୍ରକ ୨୧/୦୩: ପଶୁଙ୍କ ଚିକିତ୍ସା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଛନ୍ତି ମୈତ୍ରୀ । ରାଜ୍ୟ ସରକାରଙ୍କ ତରଫରୁ ଏକ ଘରୋଇ ସଂସ୍ଥା ଭଦ୍ରକ ଜିଲ୍ଲାରେ ମୈତ୍ରୀ ପଦବୀ ନିମନ୍ତେ ଯୋଗ୍ୟ ପାର୍ଥୀଙ୍କୁ ଚୟନ କରି ନିଯୁକ୍ତି ଦେଇଛି । ସମସ୍ତ ମୈତ୍ରୀଙ୍କୁ ତାଲିମ ଦିଆଯାଇଛି । କିନ୍ତୁ ପୂର୍ବ ପ୍ରତିଶୃତି ମୁତାବିକ ଷ୍ଟାଇପେଣ୍ଡ ମିଳୁନଥିବା ଅଭିଯୋଗ କରିଛନ୍ତି ମୈତ୍ରୀ ।

ତେବେ ଭାରତ ସରକାରଙ୍କ ତରଫରୁ ମାଗଣାରେ ସିମେନ ଉପଲବ୍ଧ ଥିବା ସତ୍ତ୍ୱେ ମୈତ୍ରୀଙ୍କୁ ଲିକୁଇଡ଼ ନାଇଟ୍ରୋଜେନ ସିମେନ ପାଇଁ ୨୦ଲିଟର ପାଇଁ ୨୩ଶହ ଟଙ୍କା, ୨୨ଲିଟରକୁ ୨୮୫୦ ଟଙ୍କା ଦେବା ପାଇଁ ପଡୁଛି । ତେବେ ଏହି ସବୁ ସାମଗ୍ରୀକୁ ମୈତ୍ରୀ ମାନଙ୍କୁ ମାଗଣାରେ ଯୋଗାଇବା ପାଇଁ ଦାବି ହେଉଛି । ଏ ନେଇ ଜିଲ୍ଲା ପଶୁ ଚିକିତ୍ସାଧିକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.