ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ, ପିଇବା ପାଣି ଯୋଗାଣ ବନ୍ଦ ପ୍ରତିବାଦରେ ଚାଲିଥିଲା ପ୍ରତିବାଦ

Published By : Prameya-News7 Bureau | November 01, 2022 IST

ନୟାଗଡ ୦୧/୧୧: ପିଇବା ପାଣି ଯୋଗାଣ ବନ୍ଦ ପ୍ରତିବାଦରେ ରାସ୍ତାରୋକ କଲେ ନୟାଗଡ ସହରର ପୁରୁଣା ସହର ବାସିନ୍ଦା । ନୟାଗଡ ସହରକୁ କଣ୍ଟିଲୋରୁ ପାଣି ଯୋଗାଇ ଦିଆଯାଉଛି । ତେବେ ବିଭାଗୀୟ ଅବହେଳା କାରଣରୁ ବିଭିନ୍ନ ସମୟରେ ଲୋକମାନେ ଠିକ୍‌ରେ ପାଣି ପାଇପାରୁନାହଁ।ନ୍ତି । ଏପରିକି ଦୁଇ ତିନି ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଉଛି ।

ପି.ଏଚ୍.ଡି. ବିଭାଗକୁ ପ୍ରଶ୍ନ କଲେ ସବୁ ସମୟରେ ଗୋଟିଏ ଉତ୍ତର ମିଳୁଛି କଣ୍ଟିଲୋରୁ ଖରାପ ଅଛି । ଗତ ଦୁଇ ଦିନ ହେଲା ପୁରୁଣା ସହରକୁ ପାଣି ଯୋଗାଣ ବନ୍ଦ ଥିବା ଯୋଗୁ ଲୋକମାନେ ନାହଁନିଥିବା ସମସ୍ୟାର ସମ୍ମୁଖିନ ହେବା ପରେ ଖୋର୍ଦ୍ଧ। ବଲାଙ୍ଗିର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିଲା ।

ଦୀର୍ଘ ୭ ଦିନ ହେଲା ଏହି ବିଭାଗରେ ରହିଥିବା କିଛି ଅଫିସରଙ୍କ ମନୋମୁଖି ଯୋଗୁ ଏଭଳି ସମସ୍ୟା ଉପୁଜିଥିବାରୁ ସେମାନଙ୍କୁ ତୁର ହଟାଇବା ପାଇଁ ଲୋକମାନେ ଦାବି କରିଥିଲେ । ଦୁଇଘଣ୍ଟାର ରାସ୍ତାରୋକ ପରେ ଜିଲ୍ଲାପାଳ ନିଜେ ଘଟଣାସ୍ଥଳକୁ ଆସି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସନ୍ଧ୍ୟାସୁଦ୍ଧା ସମସ୍ୟାକୁ ଦୁର କରିବାକୁ ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.