ସ୍ୱାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଚାନ୍ଦବାଲି ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Published By : Prameya-News7 Bureau | January 03, 2023 IST

ଚାନ୍ଦବାଲି ୦୩/୦୧: ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ଧୂଳିପଦା ଗାଁରେ ଉମେଶ ଚନ୍ଦ୍ର ସାହୁ ଚାନ୍ଦବାଲି ଥାନା ସାଏନ୍ତା ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଝିଅ ସ୍ନେହଲତା ସାହୁଙ୍କୁ ବିବାହ କରିଥିଲେ ।

ଉମେଶ ଚନ୍ଦ୍ର ସାହୁ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ଲାଗିରହିଥିବା ବିବାଦ ଉଗ୍ରରୂପ ନେଇଥିଲା । ଏମିତିକି ସ୍ୱାମୀ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ବି କରାଯାଇଥିଲା । ପରେ ତିହିଡି ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ଦୀର୍ଘ ଦେଢମାସ ବିତିଗଲା ପଛେ ଦମ୍ପତ୍ତିଙ୍କୁ ମିଳିଲାନି ନ୍ୟାୟ ।

ଏପରିକି ସେହି ଘଟଣା ଦିନଠୁ ଏମାନଙ୍କ ଘରେ ତାଲା ବି ପଡିଛି । ଏବେ ସେମାନେ ବାସହରା । ପୋଲିସ ଠାରୁ ନ୍ୟାୟ ନପାଇବାରୁ ସେମାନେ ଘରେ ରହି ପାରୁନାହାଁନ୍ତି । ଦୁଇ ପିଲାଙ୍କ ପାଠପଢା ବନ୍ଦ ହୋଇ ଯାଇଛି । ଶେଷରେ ବାଧ୍ୟହୋଇ ଅନ୍ୟ ଉପାୟ ନପାଇ ଚାନ୍ଦବାଲି ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଲାମାନଙ୍କୁ ଧରି ଧାରଣାରେ ବସିଛନ୍ତି ସ୍ୱାମୀ ସ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.